୯୬ ବର୍ଷରେ ମଧ୍ୟ ପାଠ ପଢିବାର ଉତ୍ସାହ କହିଲେ ନ ସରେ, ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କୁ ପ୍ରସଂଶା କଲେ

କୋଚି : ୯୬ ବର୍ଷ ହୋଇଥିଲେ ମଧ୍ୟ କେରଳର କାତ୍ୟାୟିନୀ ଅମ୍ମାଙ୍କ ପାଠ ପଢିବାର ଉତ୍ସାହରେ ଦିନକୁ ଦିନ ବଢିଚାଲିଛି । ଏହି ପରିଣତ ବୟସରେ ମଧ୍ୟ ସେ ୪ର୍ଥ ଶ୍ରେଣୀ ପରୀକ୍ଷା ସଫଳତାର ସହ ପାଶ କରିଛନ୍ତି । ତାଙ୍କର ଏହି ଉତ୍ସାହ ଦେଖି ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ବେଶ ପ୍ରଭାବିତ ହୋଇପଡିଛନ୍ତି ଓ ସେ ତାଙ୍କ ପାଇଁ ଜଣେ ଆଦର୍ଶ ବୋଲି କହିଛନ୍ତି ।

 

କେରଳର ଆଲ୍ଲାପୁଜା ଜିଲ୍ଲାର କାତ୍ୟାୟିନୀ ଅମ୍ମା ପିଲାବେଳୁ ପାଠ ପଢିବାର ଉତ୍ସାହ ଥିଲେ ମଧ୍ୟ ସାମାଜିକ କଟକଣା ଓ ଅଭାବ ମଧ୍ୟରେ ପାଠ ପଢିପାରିନଥିଲେ । ତେବେ ସେ ଗତ ଜାନୁୟାରୀମାସରେ କେରଳ ସାକ୍ଷରତା ମିଶନର ଅକ୍ଷରଲକ୍ଷ୍ୟ କାର୍ଯ୍ୟକ୍ରମ ଅଧିନରେ ନାଁ ଲେଖାଇଥିଲେ । ଗତ ରବିବାର ଦିନ ସେ ୪ର୍ଥ ଶ୍ରେଣୀ କୋର୍ସ ଉପରେ ଆଧାରିତ ପରୀକ୍ଷାରେ ପୂର୍ଣ୍ଣ ନମ୍ବର ରଖିଛନ୍ତି । ତାଙ୍କର ଏହି ଉତ୍ସାହ ଦେଖି ସେ ସାରା ଦେଶରେ ହଠାତ ଲୋକପ୍ରିୟ ହୋଇଯାଇଛନ୍ତି । ତେବେ ତଥାପି ସେ ସନ୍ତୁଷ୍ଟ ନାହାନ୍ତି । ତାଙ୍କ କହିବା କଥା ହେଉଛି ସେ ଆହୁରି ଅନେକ କିଛି ପାଠ ପଢିଥିଲେ ମାତ୍ର ପ୍ରଶ୍ନପତ୍ରରେ ସେସବୁ ଆସିନଥିଲା । ତାଙ୍କର ଏହି ଉତ୍ସାହ ଦେଖି ଆନନ୍ଦ ମହିନ୍ଦ୍ରା ଟ୍ଵିଟ କରି କହିଛନ୍ତି ଯେ ଯଦି ଏହା ସତ ହୋଇଥାଏ ତେବେ ସେ ହେଉଛନ୍ତି ମୋର ରୋଲ ମଡେଲ (ଆଦର୍ଶ) ।

ସମ୍ବନ୍ଧିତ ଖବର