ମୋଦୀଙ୍କ ଉପରେ ପାଲଟା ଆକ୍ରମଣ କଲେ ଅବଦୁଲ୍ଲା, କହିଲେ; ତୁମେ ଭାଙ୍ଗିଯିବ, କିନ୍ତୁ ହିନ୍ଦୁସ୍ତାନ ନୁହେଁ…

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବ-ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ବୟାନବାଜି ବନ୍ଦ ହେବାର ନାଁ ନେଉ ନାହିଁ । ଦୁହେଁ ପରସ୍ପରକୁ କଟାକ୍ଷ କରିବାରେ ଲାଗି ପଡ଼ିଛନ୍ତି । ଜମ୍ମୁର କଠୁଆରେ ଆୟୋଜିତ କରାଯାଇଥିବା ଏକ ଜନସଭାରେ ଯୋଗ ଦେଇ ମୋଦୀ ଅବଦୁଲ୍ଲା ଏବଂ ମେହବୁବା ମୁଫତୀଙ୍କୁ କଡ଼ା ସମାଲୋଚନା କରିଥିଲେ । ଦୁହେଁ ଜମ୍ମୁ-କଶ୍ମୀରର ସମସ୍ୟା ବଢ଼ାଇବା ସହ ଶାନ୍ତି ଏବଂ ବିକାଶରେ ବାଧକ ସାଜିଛନ୍ତି । ସେମାନଙ୍କୁ ଆଉ ଏକ ବିଭାଜନ ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି କହିଥିଲେ ମୋଦୀ । ଏବେ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁ-କଶ୍ମୀରର ପୂର୍ବ-ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ।

oneindia.com

ଏକ ଜନସଭାରେ ଯୋଗ ଦେଇ ସେ ମୋଦୀଙ୍କୁ ପ୍ରତି ଜବାବ ଦେଇଥିବା ଦେଖା ଯାଇଛି । “ମୁଁ ମୋଦୀଙ୍କୁ ଚ୍ୟାଲେଞ୍ଜ କରୁଛି, ଏହି ସଂଘର୍ଷରେ ତୁମେ ଭାଙ୍ଗଯିବ । କିନ୍ତୁ ଭାରତ ଭାଙ୍ଗିବ ନାହିଁ । ତୁମେ କହୁଛ କି, ଅବଦୁଲ୍ଲା ଭାରତକୁ ଭାଙ୍ଗିବାକୁ ଚାହୁଁଛି । ଯଦି ଆମେ ଭାରତକୁ ଭାଙ୍ଗିବାକୁ ଚାହିଁଥାନ୍ତୁ, ତେବେ ଆଜି ଭାରତ ନଥାନ୍ତା” ବୋଲି କହିଥିଲେ ଅବଦୁଲ୍ଲା ।

ସମ୍ବନ୍ଧିତ ଖବର