ଘରକୁ ଫେରିଲେ ମାରି‌ଦେବେ

ନୂଆଦିଲ୍ଲୀ : ସାଉଦି ସାମ୍ବାଦିକ ଜମାଲ ଖସୋଗିଙ୍କୁ ଅତି ନିର୍ମମ ଭାବେ ହତ୍ୟା ଘଟଣାରେ କଡ଼ା ସମାଲୋଚନାର ଶିକାର ହୋଇଥିବା ସାଉଦି ଆରବ  ପୁଣିଥରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାଉଦି ଆରବର ଜଣେ ମହିଳା ଆଜି ବ୍ୟାଂକକ୍‌ ‌ହୋଟେଲ୍‌ ରୁମ୍‌ରେ ନିଜକୁ ବନ୍ଦ କରି ସୋସିଆଲ ମିଡିଆରେ ନିଜକୁ ବଞ୍ଚାଇବାପାଇଁ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି ସାଉଦିରେ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟମାନଙ୍କ ଦ୍ବାରା ସେ ମାନସିକ ଏବଂ ଶାରୀରିକ ନିର୍ଯାତନାର ଶିକାର ହେଉଛନ୍ତି। ତାଙ୍କୁ ଏବେ ବଞ୍ଚି ରହିବା ପାଇଁ ଆଶ୍ରୟ ଦରକାର। ଉକ୍ତ ମହିଳାଙ୍କ ନାମ ରାହାଫ୍‌ ମହମ୍ମଦ ଅଲ କୁନୁନ୍‌। ବଞ୍ଚିବାପାଇଁ ସେ ଅଷ୍ଟ୍ରେଲିଆ ଯାଇ ସେଠାରେ ଆଶ୍ରୟ ନେବାର ଯୋଜନା କରିଥିଲେ।

ସମ୍ବନ୍ଧିତ ଖବର