ଅଯୋଧ୍ୟା ବିବାଦ: ଡିସେମ୍ବର ୧୦ ତାରିଖ ଯାଏଁ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

ଅଯୋଧ୍ୟା: ବିବାଦୀୟ ଜମି ଉପରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ପ୍ରକାଶ ପାଇବା ଆଗରୁ ଅଯୋଧ୍ୟାରେ ଡିସେମ୍ବର ୧୦ ତାରିଖ ଯାଏଁ ଧାରା ୧୪୪ ଲାଗୁ କରାଯାଇଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଞ୍ଜୁ କୁମାର ଝା କହିଛନ୍ତି।

ଚାଲିଥିବା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ଜମି ବିବାଦ ମାମଲାର ରାୟ ନଭେମ୍ବର ୧୭ ତାରିଖ ସୁଦ୍ଧା ଶୁଣାଯିବ ବୋଲି ଆଶା କରାଯାଉଛି।
ସେ କହିଛନ୍ତି ଯେ ଆସୁଥିବା ପର୍ବପର୍ବାଣି କଥାକୁ ବିଚାରକୁ ନେଇ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି।

ଝା କହିଛନ୍ତି: ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣି ଏବଂ ସୁପ୍ରିମ୍‌ କୋର୍ଟରେ ଚାଲିଥିବା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ମାମଲାର ରାୟ ପ୍ରକାଶ ପାଉଥିବା ଦୃଷ୍ଟିରୁ ଅଯୋଧ୍ୟାରେ ୧୪୪ ଧାରା ଜାରି ହୋଇଛି। ଡିସେମ୍ବର ୧୦ ତାରିଖ ଯାଏଁ ଏହା ବଳବତ୍ତର ରହିବ।

କାରଣ, ରାମ ମନ୍ଦିରରେ ଦୀପ ପ୍ରଜ୍ଜ୍ୱଳନ ଲାଗି ଅଯୋଧ୍ୟାର ସାଧୁସନ୍ଥ ଏବଂ ବିଶ୍ୱ ହିନ୍ଦୁ ପରିଷଦ୍‌ର ନେତାମାନେ ଅନୁମତି ଲୋଡ଼ିଛନ୍ତି।

କିନ୍ତୁ, ଆବେଦନକାରୀ ହାଜି ମହମ୍ମଦ କହିଛନ୍ତି ଯଦି ବିବାଦୀୟ ଜାଗାରେ ଦୀପାବଳି ପାଳନ ଲାଗି ସେମାନେ ଅନୁମତି ପାଆନ୍ତି, ସେଠାରେ ନମାଜ ପଢ଼ିବାକୁ ଅନୁମତି ପାଇବା ପାଇଁ ସେ ମଧ୍ୟ ଆବେଦନ କରିବେ।

ଶନିବାର ଦିନ ଅଯୋଧ୍ୟାରେ ୧୪୪ ଧାରା ଜାରି କରଯାଇଥିବା କଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଝା କହିଛନ୍ତି।

ସମ୍ବନ୍ଧିତ ଖବର