ଲୋକସଭା ନିର୍ବାଚନ ଲଢ଼ିବେ ଅଖିଳେଶ-ଡିମ୍ପଲ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ତାଙ୍କ ପତ୍ନୀ ଡିମ୍ପଲ ଯାଦବ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଦଳିୟ ସୂତ୍ରରୁ ଜଣାପଡ଼ିଛି। କନୌଜ ନିର୍ବାଚନ ମଣ୍ଡଳୀରୁ ଡିମ୍ପଲ ନିର୍ବାଚନ ଲଢ଼ିବେ। ତେବେ ଡିମ୍ପଲ୍‌ ଲୋକସଭା ନିର୍ବାଚନ ଲଢ଼ିବେନି ବୋଲି ପ୍ରଥମେ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥି‌ଲା ଏବଂ କନୌଜ ଆସନରୁ ଅଖିଳେଶ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ସପା-ବସପା ‌‌ମେଣ୍ଟ ପରେ ଦଳର ନିଷ୍ପତ୍ତି ବଦଳି ଯାଇଛି। ଡିମ୍ପଲ୍‌ କନୌଜ ଆସନରୁ ଲଢ଼ିବେ ଏବଂ ଅଖିଳେଶ ଅନ୍ୟ ‌କୌଣସି ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ବୋଲି ନିଷ୍ପତ୍ତି ‌ହୋଇଛି।

ସମ୍ବନ୍ଧିତ ଖବର