ବିଧାନସଭା ଓ ଲୋକସଭା ନିର୍ବାଚନ ଏକ ସମୟରେ ହେଉ

ନୂଆଦିଲ୍ଲୀ: ଦେଶରେ ଏକ ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ସପକ୍ଷରେ ଆଜି ଲ’ କମିସନ ଯୁକ୍ତି ବାଢିଛନ୍ତି। ଏହି ବ୍ୟବସ୍ଥା ୨୦୧୯ରୁ ଲାଗୁ କରାଯାଇ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯାଇ ପାରିବ ବୋଲି କମିସନ କହିଛନ୍ତି। କିନ୍ତୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସମ୍ବିଧାନରେ ଅନ୍ୟୁନ ଦୁଇଟି ସଂଶୋଧନ ଆଣିବାକୁ ହେବ। ତେଣୁ କମିସନ ସମ୍ବିଧାନ ବିଶେଷଜ୍ଞ, ଅଧ୍ୟାପକ, ରାଜନୈତିକ ଦଳ, ପ୍ରଶାସକ ଓ ଯୁବଗୋଷ୍ଠୀଙ୍କଠାରୁ ଏନେଇ ମତ ଲୋଡ଼ିଛନ୍ତି। ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି.ଏସ୍‌ .ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ମେ’ ୮ ତାରିଖ ମଧ୍ୟରେ ଏନେଇ ସମସ୍ତ ମତ ପ୍ରଦାନ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର