ଭୂସ୍ଖଳନରେ ୫ ଅମରନାଥ ଯାତ୍ରୀ ମୃତ

ଶ୍ରୀନଗର: ଆଜି ଅମରନାଥ ଯାତ୍ରା ବେଳେ ବାଲ୍‌ତାଲ ମାର୍ଗରେ ଭୂସ୍ଖଳନ ଘଟି ୫ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାଲତାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲତାଲର ବ୍ରାରିମାର୍ଗ ଅଞ୍ଚଳରେ ପ୍ରବଳ ବନ୍ୟା ଯୋଗୁଁ ଏହି ଭୂସ୍ଖଳନ ହୋଇଥିବା ଜଣାପଡ଼ିଛି। ତେବେ ଆଜିର ଘଟଣାକୁ ମିଶାଇ ଚଳିତ ବର୍ଷ ଅମରନାଥ ଯାତ୍ରାରେ ମୋଟ ୧୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଖରାପ ପାଗ ଯୋଗୁଁ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଥର ବିଭ୍ରାଟ ଦେଖା ଦେଲାଣି। ଅପରପକ୍ଷେ, ଚଳିତବର୍ଷ ଯାତ୍ରାର ଷଷ୍ଠ ପର୍ଯ୍ୟାୟରେ ୩୫ ଶହ ଯାତ୍ରୀ ଆଜି ଅମରନାଥ ଅଭିମୁଖେ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର