ଆମେରିକାରେ ‘ଫ୍ଲୋରେନ୍ସ’ ଆତଙ୍କ: ଦଶନ୍ଧିର ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼

କାରୋଲିନା: ପୂର୍ବ ଆମେରିକାରେ ଏବେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫ୍ଲୋରେନ୍ସ’ ଆତଙ୍କ ଖେଳାଇ ଦେଇଛି। ଦଶନ୍ଧିର ଏହା ସବୁଠୁ ଭୟଙ୍କର ସାମୁଦ୍ରିକ ଝଡ଼। ଝଡ଼ ଯୋଗୁ ପ୍ରବଳରୁ ଅତି ପ୍ରବଳ ବନ୍ୟା ଆସିବାର ମଧ୍ୟ ଆଶଙ୍କା ରହିଛି। ଏ ନେଇ ଅନେକ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର କାରୋଲିନା, ଦକ୍ଷିଣ କାରୋଲିନା ଏବଂ ଭର୍ଜିନିଆରେ ୧୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ ହେବା ପାଇଁ କୁହାଯାଇଛି। ଚତୁର୍ଥ ଶ୍ରେଣୀର ଏହି ବିପଜ୍ଜନକ ସାମୁଦ୍ରିକ ଝଡ଼ ବୁଧବାର ସକାଳ ୮ଟା ସୁଦ୍ଧା ଉତ୍ତର କାରୋଲିନାର କେପ୍‌ ଫିୟରଠାରୁ ୫୩୦ ମାଇଲ ଦକ୍ଷିଣ ପୂର୍ବରେ ଥିଲା। ତେବେ ଏହା ଗୁରୁବାର ବିଳମ୍ବିତ ରାତ୍ରି କିମ୍ବା ଶୁକ୍ରବାର ପ୍ରାରମ୍ଭରେ କାରୋଲିନାରେ ଭୂମି ଛୁଇଁବ ବୋଲି ମାୟାମିର ନ୍ୟାସନାଲ୍‌ ହରିକେନ୍‌ ସେଣ୍ଟର (ଏନ୍‌ଏଚସି) ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର