ଆମେରିକା: ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଲୋକେ ଆହତ ହୋଇଛନ୍ତି । ଯେଉଁଠାରେ ଏହି ବିସ୍ଫୋରଣ ହୋଇଛି ସେଠାର ରହିଥିବା ଲୋକଙ୍କୁ ସୁରକ୍ଷା ସ୍ଥାନକୁ ନିଆଯାଉଛି । ତେବେ ବିସ୍ଫୋରଣ ହୋଇଥିବା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବିସ୍ଫୋରଣ ପରେ ସାରା ଅଞ୍ଚଳରେ ବିସ୍ପୋରଣର ଧୂଆଁ ଖେଳିଯାଇଥିଲା । ବ୍ଲାଷ୍ଟନ ପୁଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଆହତ ହୋଇଥିବା ଲୋକଙ୍କୁ ଲାରେଂସ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ, ଆମେରିକାର ବ୍ଲାଷ୍ଟନରେ ଗ୍ୟାସ ପାଇପ ଲାଇନ ବିସ୍ଫୋରଣ ହେତୁ ସେହି ସ୍ଥାନର ୭୦ଟି ଜାଗାରେ ନିଆଁ ଲାଗିଛି। ଗ୍ୟାସ ପାଇପ୍ ଲାଇନ୍ ନିଆଁ ଲାଗିଥିବାରୁ ଏହା ଚାରିଆଡ଼କୁ ଖେଳିଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।