ଧୋନୀଙ୍କୁ ଭେଟିଲେ ଅମିତ୍‌ ଶାହ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ୍‌ ଶାହ ରବିବାର ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂହ ଧୋନୀଙ୍କୁ ସାକ୍ଷାତ କରିଛନ୍ତି। ବିଜେପିର ‘ସମ୍ପର୍କ ଫର୍‌ ସମର୍ଥନ’ ଅଭିଯାନର ଅଂଶସ୍ୱରୂପ ଶାହ ଧୋନୀଙ୍କୁ ଭେଟି ତାଙ୍କୁ ୨୦୧୪ରୁ ମୋଦୀ ସରକାର କରିଥିବା କାର୍ଯ୍ୟଗୁଡ଼ିକ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶାହଙ୍କ ସହ ରେଳମନ୍ତ୍ରୀ ପୀୟୂଷ ଗୋୟଲ, ବିଜେପି ଦିଲ୍ଲୀ ସଭାପତି ମନୋଜ ତିଓ୍ଵାରୀ ଓ ଅନ୍ୟ ବରିଷ୍ଠ ନେତା ସାମିଲ ଥିଲେ। ଚଳିତବର୍ଷ ମେ ମାସରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଶାହ ପୂର୍ବତନ ସେନା ମୁଖ୍ୟ ଦଲବୀର ସିଂହ ସୁହାଗଙ୍କୁ ଭେଟିଥିଲେ ଏବଂ ଜୁଲାଇରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର