ଏକାବେଳେକେ ଖାତାରେ ଜମା ହେଲା ଦୁଇ ମାସର ଦରମା, ତା’ପରେ ଆସିଲା ଏହି ନିର୍ଦ୍ଦେଶ

ଚଣ୍ଡିଗଡ଼: ଏମିତି ବି ହୁଏ । ଆପଣଙ୍କ ଦରମା ଜମାଖାତାକୁ ଏକା ବେଳେକେ ଦୁଇ ମାସର ଦରମା ଆସିବ। ଆପଣ ଭାବିବେ ବୋଧ ହୁଏ କାଳିପୂଜା ବୋନସ ଭାବେ ଅଧିକ ଗୋଟିଏ ମାସର ଦରମା ମିଳିଲା। କିନ୍ତୁ ତା’ପରେ ଏମିତି ସୂଚନା ଆସିବ, ଯାହା ଆପଣଙ୍କ ଖୁସିକୁ ପାଣିରେ ମିଳାଇ ଦେବ।

ଏପରି ଏକ ଘଟଣା ଘଟିଛି ପଞ୍ଜାବରେ। ସେଠାରେ କିଛି ସରକାରୀ କର୍ମଚାରୀଙ୍କ ଜମାଖାତାକୁ ଏକା ବେଳେକେ ଦୁଇ ମାସର ଦରମା ଆସିଲା। ସେମାନେ ଖୁସିରେ ନାଚି ଗଲେ। କିନ୍ତୁ ତା’ପରେ ଅଫିସ ପକ୍ଷରୁ ସୂଚନ ଦିଆଗଲା କି ଭୁଲକ୍ରମେ ଅଧିକ ଗୋଟିଏ ମାସର ଦରମା ଜମାଖାତାକୁ ଚାଲି ଯାଇଛି। ଏଥିସହ ତାଗିଦ୍‌ ଆସିଲା କି ଅଧିକ ୧ମାସର ଦରମା ସେମାନେ କାଢ଼ି ପାରିବେ ନାହିଁ।

ପଞ୍ଜାବ ସରକାରଙ୍କ ଅମୃତସର ଜିଲ୍ଲା ଟ୍ରେଜେରି ଅଫିସରଙ୍କ ନିକଟରୁ ସମସ୍ତ ବିଭାଗୀୟ ମୁଖ୍ୟଙ୍କ ପାଖକୁ ଚିଠି ଆସିଛି। ଏହି ଚିଠିରେ ଉଲ୍ଲେଖ କରାଯାଇଛି କି ବୈଷୟିକ ତ୍ରୁଟି ହେତୁ ରାଜ୍ୟର ବହୁ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ଭୁଲ କ୍ରମେ ଦୁଇ ମାସର ଦରମା ଚାଲି ଯାଇଛି। କର୍ମଚାରୀମାନେ ଏହାକୁ ଡ୍ର କରନ୍ତୁ ନାହିଁ। ମାସକର ଦରମା ଅର୍ଥ ପୁଣି ଥରେ ସହକାରୀଙ୍କ ଖାତାକୁ ଫେରାଇ ନିଆଯିବ।

ସମ୍ବନ୍ଧିତ ଖବର