ଛେଳି, ମଇଁଷି ଚୋରି ମାମଲାରେ ସପରିବାର ଜେଲ ଗଲେ ସମାଜବାଦୀ ପାର୍ଟି ନେତା ଆଜମ ଖାଁ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ପତ୍ନୀ ତନଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମ ଜେଲ ଯାଇଛନ୍ତି । ସେମାନେ ବୁଧବାରଦିନ ରାମପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ୭ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି କୋର୍ଟ ।
ବିଭିନ୍ନ ମାମଲାରେ ଏହି ତିନି ଜଣଙ୍କୁ ବାରମ୍ବାର ସମନ ପଠାଯାଉଥିବାବେଳେ ସେମାନେ ତାହାକୁ ଏଡ଼ାଇଯାଉଥିଲେ । ଏହା ପରେ ସେମାନଙ୍କୁ ଗିରଫ କରିବାକୁ କୋର୍ଟ ଓ୍ଵାରେଣ୍ଟ ଜାରି କରିଥିଲେ । ତେବେ ବାରମ୍ବାର ଆଗୁଆ ଜାମିନ ପାଇଁ ଆବେଦନ କରି ବିଫଳ ହେବା ପରେ ସେମାନେ ବୁଧବାରଦିନ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ମଙ୍ଗଳବାରଦିନ ରାମପୁରର ଏକ ଏମପି-ଏମଏଲଏ କୋର୍ଟ ଆଜମ ପରିବାରର ସବୁ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ଜାମିନ ବିହୀନ ପରଓ୍ଵାନା ଜାରି କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜମ ଖାଁଙ୍କ ବିରୁଦ୍ଧରେ ଉତ୍ତରପ୍ରଦେଶର ବିଭିନ୍ନ କୋର୍ଟରେ ମାମଲା ଚାଲିଛି । ତାଙ୍କ ବିରୁଦ୍ଧରେ ଜମି ଠକେଇ, ଜବରଦଖଲ, ବିଦ୍ୟୁତ ଚୋରି, ଛେଳି ଚୋରି, ମଇଁଷି ଚୋରି, ମୂର୍ତ୍ତି ଚୋରୀ ଆଦି ମାମଲା ଚାଲିଛି । ସେହିପରି ତାଙ୍କ ପୁଅଙ୍କ ବିରୁଦ୍ଧରେ ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ପ୍ୟାନକାର୍ଡ ଜାତିଆତି ମାମଲା ଚାଲିଛି ।