ମହାରାଷ୍ଟ୍ରରେ ନିର୍ବାଚନ କମିସନଙ୍କ ଆମ୍ବାସଡର ବନିଲେ କେବିସିରୁ ୧କୋଟି ଟଙ୍କା ଜିତିଥିବା ବବିତା ତାଡେ

ଅମରାବତୀ : କୁଇଜ୍‌ ସୋ’ କୌନ୍‌ ବନେଗା କରୋଡପତିରେ ୧କୋଟି ଟଙ୍କା ଜିତିଥିବା  ଦ୍ୱିତୀୟ ବିଜୟିନୀ ହୋଇଥିଲେ ବବିତା ତାଡେ, ଯାହା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ଏବେ ତାଙ୍କ ଲୋକପ୍ରିୟତାକୁ ଦେଖି ତାଙ୍କୁ ଅମରାବତୀ ଜିଲ୍ଲାର ଆମ୍ବାସଡର କରାଯାଇଥିବା ଜଣାପଡ଼ିଛି । ଆଗକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବା ବେଳେ ମତଦାତାଙ୍କୁ ମଦଦାନର ଗୁରୁତ୍ୱ ବୁଝାଇବା ପାଇଁ ନିର୍ବାଚନ ଆୟୋଗ ଆରମ୍ଭ କରିଥିବା କାର୍ଯ୍ୟକ୍ରମରେ ବବିତା ତାଡେଙ୍କୁ ଆମ୍ବାସଡର କରାଯାଇଛି ।

Image result for babita-tade-who-won-rs-1-crore-on-kbc-made-maharashtra-poll-campaign-ambassador
The Hans India

ଏବେ ବି ଲୋକମାନେ ମତଦାନକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା ବେଳେ ସେମାନଙ୍କ ପାଖରେ ପହଞ୍ଚି ମତଦାନର ଗୁରୁତ୍ୱ ବୁଝାଇବେ ବବିତା । ବବିତା ଅମରାବତୀର ଅଞ୍ଜନାଗାଓଁ ଅଞ୍ଜଳର ସୁରଜୀ ଗାଁର ବାସିନ୍ଦା ହୋଇଥିବା ବେଳେ ସେ ଏକ ସରକାରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି । ଜଣେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳା ଯାଇ କେବିସି ଭଳି ପ୍ଲାଟ୍‌ଫର୍ମରେ ୧କୋଟି ଟଙ୍କା ଜିତିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ରାତାରାତି ଲୋକପ୍ରିୟ ବନିଥିଲେ ବବିତା ।

ସମ୍ବନ୍ଧିତ ଖବର