ମହିଳା ସହକର୍ମୀଙ୍କ ସମ୍ମାନ ପ୍ରତି ସମ୍ବେଦନଶୀଳ ହୁଅ, ଏୟାରଲାଇନ୍ସଗୁଡ଼ିକୁ ମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ : ମହିଳା ସହକର୍ମୀମାନଙ୍କ ସମ୍ମାନ ପ୍ରତି ସମ୍ବେଦନଶୀଳ ହେବା ପାଇଁ ବିଭିନ୍ନ ବିମାନ ସେବାର କର୍ମଚାରୀମାନଙ୍କୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ନିବେଦନ କରିଛନ୍ତି । ଗତ ଗୁରୁବାର ଦିନ ସେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ଯୌନ ଉତ୍ପୀଡନ ମାମଲାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ ପର୍ସୋନେଲ ଆଣ୍ଡ ଟ୍ରେନିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ଆଇସିସିଏସରେ ୧୨ଟି ଏହିଭଳି ମାମଲା ବିଚାରାଧୀନ ରହିଛି ବୋଲି ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏବଂ ପ୍ରବନ୍ଧନ ନିର୍ଦ୍ଦେଶକ ସୂଚନା ଦେଇଥିଲେ । ବୈଠକରେ ଏହା ମଧ୍ୟ କୁହଯାଇଥିଲା ଯେ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ବେସରକାରୀ ଏୟାରଲାଇନ୍ସ ସମ୍ବନ୍ଧିତ ଅନେକ ମାମଲା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଛି ।

ଏହି ମାମଲାଗୁଡିକର ସମୀକ୍ଷା କରାଯିବା ପରେ ଏବଂ ଆଇସିସି ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି ନେଇ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ ଯୌନ ଉତ୍ପୀଡନର ମାମଲା ସହିତ କିଛି ମହିଳା କର୍ମଚାରୀ ଯୌନ ଉତ୍ପୀଡନ ଭଳି ପ୍ରଶାସନିକ ପ୍ରକୃତିର ମଧ୍ୟ ଅଭିଯୋଗ କରୁଛନ୍ତି । ଆଇସିସି ପାଇଁ ଏହି ମାମଲାଗୁଡିକୁ ଅତିଶୀଘ୍ର ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଅଭିଯୋଗକାରୀ ମହିଳାଙ୍କ ଅଭିଯୋଗ ବାସ୍ତବିକ ହୋଇଥିଲେ ସଂପୃକ୍ତ ମହିଳା ଆଗାମୀ ପଦକ୍ଷେପ ପାଇଁ ଉଚିତ ପ୍ରଶାସନିକ/ ଆଇନଗତ ସୁବିଧାଗୁଡିକ ବିଷୟରେ ଚିନ୍ତା କରିବାର ସମୟ ପାଇ ପାରିବେ । ଏହା ଆଇସିସିଏସକୁ ମଧ୍ୟ ବାସ୍ତବିକ ମାମଲାଗୁଡିକ ଉପରେ ଗୁରୁତ୍ୱ ପ୍ରଦାନ କରିବା ପାଇଁ ସହଯୋଗ କରିବ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆହୁରୀ ମଧ୍ୟ କହିଥିଲେ ଯେ ଡିଓପିଟି ନିର୍ଦ୍ଦେଶାନୁଯାୟୀ ଯୌନ ଉତ୍ପୀଡନ ମାମଲାଗୁଡିକର ତତ୍କାଳ ମୁକ୍ତି ପାଇଁ ଅନେକ ଉପାୟ ପ୍ରଦାନ କରାଯାଇଛି, ଯାହା ଆଇସିସିକୁ ଅଭିଯୋଗକର୍ତ୍ତା ଜଣାଇପାରିବେ ।

ଯାତ୍ରୀମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିମାନ ସେବା କ୍ଷେତ୍ରର ପୁରୁଷ କର୍ମଚାରୀମାନେ, ଖାସକରି ପାଇଲଟମାନଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ସେମାନେ ମହିଳା ସହକର୍ମୀମାନଙ୍କ ପାଇଁ ନିଜର ଚିନ୍ତାଧାରାକୁ ଅଧିକ ସମ୍ବେଦନଶୀଳ କରିବାର ଆବଶ୍ୟକତା ରହିଛି । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଏୟାର ଇଣ୍ଡିଆର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ପୁରୁଷ କର୍ମଚାରୀମାନଙ୍କୁ ସମ୍ବେଦନଶୀଳ କରିବା ପାଇଁ ଅନୁରୋଧ କରିଥିଲେ ଯାହାଦ୍ୱାରା ମହିଳା କର୍ମଚାରୀ କୌଣସି ପ୍ରକାରର ଧମକ ଚମକ ଦ୍ୱାରା ଭୟ କରିବା ଅବା ଅସୁରକ୍ଷିତ ଅନୁଭବ ନ କରନ୍ତୁ । ସେ ନାଗରିକ ଉଡ୍ଡୟନ ମନ୍ତ୍ରଣାଳୟଠାରୁ ବେସରକାରୀ ଏୟାରଲାଇନଗୁଡିକୁ ମଧ୍ୟ ଏଭଳି କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ କହିଥିଲେ ।

ସମ୍ବନ୍ଧିତ ଖବର