ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଥାଇ ମଧ୍ୟ ଏହି ଯୁବକ ନିଜକୁ ଦୁନିଆର ସବୁଠାରୁ ଭାଗ୍ୟହୀନ ମଣିଷ କାହିଁକି କହୁଛନ୍ତି ଜାଣନ୍ତୁ?

ନୂଆଦିଲ୍ଲୀ : ଟିକେ ଭାବନ୍ତୁ ତ ! ଯଦି ହଠାତ୍‌ ଆପଣଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଆସି ଯାଉଛି ତେବେ ଆପଣ ଖୁସି ହେବେ କି ନାହିଁ । କିନ୍ତୁ ପାକିସ୍ତାନରେ ଜଣେ ଛୋଟ ମିଠା ବ୍ୟବସାୟୀଙ୍କ ଆକାଉଣ୍ଟରେ ୨କୋଟି ଟଙ୍କା ଥାଇ ମଧ୍ୟ ସେ ନିଜକୁ ଭାଗ୍ୟହୀନ ବୋଲି କହୁଛନ୍ତି । ଖୁସି ହେବା ପରିବର୍ତ୍ତେ ନିଜ ଆକାଉଣ୍ଟରେ ଥିବା ଟଙ୍କା ପାଇଁ ସେ ଏବେ ଚିନ୍ତାରେ ପଡ଼ିଛନ୍ତି । ଚିନ୍ତାର ପଡ଼ିବାର କାରଣ ମଧ୍ୟ କିଛି ସେପରି ।

ସୂଚନା ମୁତାବକ, ପାକିସ୍ତାନରେ ମିଠା ବ୍ୟବସାୟ କରୁଥିବା ଅବ୍‌ଦୁଲ କାଦିର ନିଜ ଆକାଉଣ୍ଟରେ ଦୁଇ କୋଟି ଟଙ୍କା ଥିବା କଥା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏ ଟଙ୍କା ସେ ନିଜେ ନୁହେଁ ତାଙ୍କ ଅକାଉଣ୍ଟରେ ଅନ୍ୟ କେହି ରଖିଥିବା ଜାଣି ପାରିଥିଲେ ଅବ୍‌ଦୁଲ୍‌ । ତାଙ୍କ ପାଖକୁ ଏଫ୍‌ଆଇଏ ତରଫରୁ ଏକ ଚିଠି ଆସିବା ପରେ ଏହି ଟଙ୍କା ପୂର୍ବ ରାଷ୍ଟ୍ରପତି ଆସିଫ୍‌ ଅଲ୍ଲୀ କରିଥିବା ଘୋଟାଲା ସହ ଜଡ଼ିତ ବୋଲି ସେ ଜାଣିବାକୁ ପାଇଥିଲେ । ଏହା ସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦୁବାଇକୁ ମଧ୍ୟ ଟଙ୍କା ପଠା ଯାଇଛି ବୋଲି ଜାଣି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Times of India

ଅନ୍ୟ ପକ୍ଷରେ,ଏହି କାମରେ ଅବ୍‌ଦୁଲଙ୍କର କୌଣସି ଦୋଷ ନ ଥିବା ଜାଣି ଏଫ୍‌ଆଇଏ ଏବେ ଅବ୍‌ଦୁଲଙ୍କ ନାମରେ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କ ଅଫିସରଙ୍କୁ ଖୋଜିବା ଆରମ୍ଭ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର