କେରଳ ନନ୍ ଦୁଷ୍କର୍ମ ମାମଲା: ବିସପ କହିଲେ, ନିର୍ଦ୍ଦୋଷତା ପ୍ରମାଣ ପାଇଁ ସୁଯୋଗ ମିଳିଲା
ଚଣ୍ଡିଗଡ଼: କେରଳରେ ନନ୍ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିସପ୍ ଫ୍ରାଙ୍କୋ ମୁଲକ୍କଲ ପୁଲିସ ହାଜତରେ ୨୫ ଦିନ ବିତାଇବା ପରେ ଜାମିନରେ ଆସିଛନ୍ତି । ଏହାପରେ ସେ କହିଛନ୍ତି ଯେ ତାଙ୍କୁ ନିଜର ‘ନିର୍ଦ୍ଦୋଷପଣିଆ’ ପ୍ରମାଣିତ କରିବା ଲାଗି ଏକ ସୁଯୋଗ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଜଳନ୍ଧରରେ ପହଞ୍ଚିବା ପରେ ତାଙ୍କର ଏହି ବୟାନ୍ ଆସିଛି। ବିସପ ମୁଲାକ୍କଲଙ୍କ ସମର୍ଥକମାନେ ତାଙ୍କ ଉପରକୁ ପୁଷ୍ପବୃଷ୍ଟି କରିଥିବା ଦେଖିବାକୁ ମିଳିଛି।
ଗଣମାଧ୍ୟମକୁ ସାକ୍ଷାତ ଦେଇ ବିସପ ମୁଲ୍ଲାକଲ୍ କହିଛନ୍ତି ଯେ ସଂପୃକ୍ତ ନନ୍ ଆଣିଥିବା ଦୁଷ୍କର୍ମ ଅଭିଯୋଗ ଭିତ୍ତିହୀନ। ଘଟଣାର ତଦନ୍ତରେ ମୁଁ ପୁଲିସ ସହ ସହଯୋଗ କରିଛି। ସେମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେଇଛି। ବର୍ତ୍ତମାନ ନିଜର ନିର୍ଦ୍ଦୋଷତା ପ୍ରମାଣିତ କରିବା ଲାଗି ମୋ ପାଖକୁ ଏକ ସୁଯୋଗ ଆସିଛି।
ତେବେ ବିସପ ନନ୍ଙ୍କ ବିପକ୍ଷରେ କୌଣସି ମତାମତ ଦେଇନଥିଲେ। ତେବେ ନନ୍ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ସେ ସ୍ପଷ୍ଟ କରିିଥିଲେ।