ଉତ୍ତରପ୍ରଦେଶରେ ବିକ୍ରି ହେଉଛି ଟିକେଟ୍‌, ଦାମ୍‌ ରହିଛି ୧୫କୋଟି ଟଙ୍କା !

ସୁଲତାନପୁର : କେନ୍ଦ୍ରମନ୍ତ୍ରୀ ତଥା ବିଜେପିରୁ ସୁଲତାନପୁର ଆସନ ପାଇଁ ଲଢ଼ୁଥିବା ପ୍ରାର୍ଥୀ ମେନକା ଗାନ୍ଧୀ ବୁଧବାର ଏକ ଜନସଭାରେ ଯୋଗ ଦେଇ ବିରୋଧୀ ନେତାମାନଙ୍କୁ କଟାକ୍ଷ କରିଥିଲେ । ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀଙ୍କୁ ଟାର୍ଗେଟ କରି ସେ ଟଙ୍କା ବଦଳରେ ଟିକେଟ ଦେଉଥିବା କହିଥିଲେ । ସମସ୍ତେ ଜାଣନ୍ତି ମାୟାବତୀ ଟଙ୍କା ନେଇ ଟିକେଟ ଦିଅନ୍ତି । ଚଳିତ ବର୍ଷ ନିର୍ବାଚନ ପାଇଁ ମଧ୍ୟ ସେ  ଟଙ୍କା ବଦଳରେ ଟିକେଟ ଦେବା ସହ ଟିକେଟର ଦାମ୍‌ ୧୫କୋଟି ଟଙ୍କା ରଖିଥିବା କହିଛନ୍ତି ମେନକା ଗାନ୍ଧୀ । ସୁଲତାନପୁରରୁ ଲଢ଼ୁଥିବା ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ମାୟାବତୀ ୧୫କୋଟି ଟଙ୍କା ନେଇଥିବା କଥା କହିବା ସହ ଏଭଳି ଲୋକ କ୍ଷମତାକୁ ଆସିଲେ କେବଳ ଜନତାଙ୍କୁ ବନ୍ଧୁକମୁନରେ ଲୁଟିବେ ବୋଲି ମେନକା ଗାନ୍ଧୀ ଆକ୍ଷପ କରି କହିଥିଲେ ।

amarujala.com

ଗତ ୩ ଦିନ ହେବ ପ୍ରଚାର କରୁଥିବା ବେଳେ ବୁଧବାର ମେନକା ଗାନ୍ଧୀ ଅଧିକ ଆକ୍ରମକ ହୋଇ ପଡ଼ିଥିବା ଦେଖା ଯାଇଥିଲା । ଟଙ୍କା ନେଇ ଟିକେଟ୍‌ ଦେବା କଥା କହିବା ସହ ମାୟାବତୀଙ୍କ ପାଖରେ ୭୭ଟି ଘର ଥିବା କଥା ତାଙ୍କ ଦଳର ଲୋକ ଗର୍ବର ସହ କହୁଥିବା କଥା ଉପସ୍ଥିତ ଲୋକଙ୍କୁ ଜଣାଥିଲେ । ଏହା ସହ ଉପସ୍ଥିତ ଜନତାକୁ ସମ୍ବୋଧନ କରି, ଆପଣମାନଙ୍କୁ ବନ୍ଧୁକ ଧରି ଲୁଟୁଥିବା ନେତା ଏବଂ ବିକାଶ କଥା ଚିନ୍ତା କରୁଥିବା ନେତାଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ହେବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର