ବିଜେପି ସଂସଦୀୟ କମିଟିର ବୈଠକ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ସରକାର ଗଢିବା ନେଇ ରାଜ୍ୟପାଳ ବିଜୁଭାଇ ବାଲା ବିଜେପିକୁ ଆମନ୍ତ୍ରଣ କରିବା ପରେ ଦିଲ୍ଲୀରେ ବିଜେପିର ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ଦଳର ତୁଙ୍ଗ ନେତାମନେ ଉପସ୍ଥିତ ଥିଲେ। ତେବେ କିଭଳି ଭାବେ କର୍ଣ୍ଣାଟକ ଶାସନ ଡୋରି ଆଉ ହାତରୁ ନଖସେ ସେଥିପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ଚାଲିଥିବା ଜଣାପଡ଼ିଛି। ଦଳୀୟ ମୁଖ୍ୟାଳୟରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ ଚାଲିଥିବା ବେଳେ ବୁଧବାର ସକାଳ ସାଢେ ୧୦ଟାରେ କର୍ଣ୍ଣାଟକ ବିଜେପିର ବିଧାୟକ ଦଳ ବୈଠକ ହେବ ବୋଲି ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧିତ ଖବର