ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଟ୍ରେନ୍ରେ ଚଢ଼ିବା ବେଳେ ହେଉଥିବା ଦୁର୍ଘଟଣାରୁ ଯାତ୍ରୀଙ୍କୁ ରକ୍ଷା କରିବା ଲାଗି ପଶ୍ଚିମ ରେଳବାଇ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ଏଠାରେ ଟ୍ରେନର ଗେଟ୍ରେ ନୀଳ ରଙ୍ଗର ଲାଇଟ୍ ଲଗାଯାଇଛି। ଏହି ଲାଇଟ୍ ଟ୍ରେନର ଷ୍ଟାର୍ଟ ହେବା ମାତ୍ରେ ଜଳି ଉଠେ। ଏଥିରୁ ଯାତ୍ରୀ ଜାଣିପାରିବେ ଯେ ଟ୍ରେନ୍ ଷ୍ଟାର୍ଟ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆଜି (ରବିବାର)ଏକ ଟ୍ରେନର ଭିଡ଼ିଓ ସେଆର୍ କରିଛନ୍ତି,ଏହି ଟ୍ରେନରେ ଦେଖାଯାଉଛି କି କିଭଳି ଟ୍ରେନ୍ ଷ୍ଟାର୍ଟ ହେବା ମାତ୍ରେ ଗେଟ୍ରେ ନୀଳ ରଙ୍ଗର ଲାଇଟ୍ ଜଳିବା ଓ ଲିଭିବା ଲାଗେ। ତିନି ଚାରି ଥର ଏହି ଲାଇଟ୍ ଜଳିବାପରେ ଟ୍ରେନ୍ ପ୍ଲାଟ୍ଫର୍ମକୁ ଯାତ୍ରା ଆରମ୍ଭ କରିଥାଏ। ପୀୟୁଷ ଗୋୟଲ ଏହି ପଦକ୍ଷେପକୁ ସ୍ୱାଗତ କରି ଟ୍ଵିଟ୍ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି,‘ସେଫ୍ଟି ଫାର୍ଷ୍ଟ’।ଏହି ବ୍ୟବସ୍ଥାର ପ୍ରଚଳନ ଫଳରେ ଟ୍ରେନ୍ ଚାଲିବା ଆରମ୍ଭ ହେବା ସମୟରେ ସଂଘଠିତ ଦୁର୍ଘଟଣାରୁ ସହଜରେ ରକ୍ଷା ପାଇ ହେବ ବୋଲି କୁହାଯାଉଛି।