ଦକ୍ଷିଣ କୋଲକାତାରୁ ୧୪ ନବଜାତକଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଳୀ: ଦକ୍ଷିଣ କୋଲକାତାର ବିଭିନ୍ନ ଅଞ୍ଚଳରୁ ସୋମବାର ୧୪ ଜଣ ନବଜାତକଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ସ୍ଥାନୀୟ ଅଞ୍ଚଳରେ ସଫେଇ କାର୍ଯ୍ୟ କରାଯାଉଥିବା ବେଳେ ଏହି ମୃଦଦେହ ମିଳିଛି। ହରିଦେବପୁର ଅଞ୍ଚଳରୁ ମୃତଦେହ ଗୁଡ଼ିକ ପ୍ଲାଷ୍ଟିକ୍‌ରେ ଗୁଡ଼ା ହୋଇ ପଡ଼ିଥିବା ଅବସ୍ଥାରେ କୋଲକାତା ପୁଲିସ୍‌ ଉଦ୍ଧାର କରିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ସଫେଇ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରଥମେ ନବଜାତଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ନିକଟସ୍ଥ କୌଣସି ଅଞ୍ଚଳରେ ଏକ ଗର୍ଭପାତ ର‍୍ୟାକେଟ୍‌ ଚାଲୁଥାଇ ପାରେ ବୋଲି ପୁଲିସ୍‌ ସନ୍ଦେହ କରୁଛି। କେତେକ ଶରୀର ପଚି ଯାଇଥିବା ବେଳେ ଆଉ କେତେକ ଅଧା ପଚା ଅବସ୍ଥାରେ ମିଳିଛନ୍ତି।

କେଉଁଠାରେ ଏହି ନବଜାତକଙ୍କ ଶରୀର ଆସିଲା ତାହାର କୌଣସି ସୂଚନା ଏଯାବତ୍‌ ହସ୍ତଗତ ହୋଇନାହିଁ। ଏହି ଘଟଣାର ତନ୍ନାଘନା କରିବା ପାଇଁ ସହରର ମେୟର ଓ କମିସନର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣାକୁ ନେଇ ତଦନ୍ତ ଏବେ ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର