ଗଧ ଉପରେ ଜୋତାମାଳ ପକାଇ କାହିଁକି ବସିଲେ ନେତା ?

ଜୟପୁର: ରାଜସ୍ଥାନ ବିଏସପି ବା ବହୁଜନ ସମାଜ ପାର୍ଟିରେ ଏବେ ସ୍ଥିତି କିଛି ଭଲ ଚାଲିନାହିଁ | କାରଣ କିଛି ଦିନ ତଳେ ୬ ଜଣ ବିଏସପି ବିଧାୟକ କଂଗ୍ରେସରେ ସାମିଲ ହୋଇଯାଇଥିଲେ | ଏବେ ବିଏସପି କର୍ମୀମାନେ ବିଏସପିର ଜାତୀୟ କୋର୍ଡିନେଟର ରାମଜୀ ଗୌତମ ଓ ପୂର୍ବତନ ବିଏସପି ରାଜ୍ୟ ମୁଖ୍ୟ ସୀତାରାମଙ୍କୁ ଅପମାନିତ କରିଛନ୍ତି |


ଏହି ଦୁହିଁଙ୍କ ମୁହଁରେ କଳା ବୋଳିବା ସହ ଗଧ ଉପରେ ବସି ବୁଲାଇଛନ୍ତି | କେବଳ ଗଧ ଉପରେ ବସି ବୁଲାଇନାହାନ୍ତି ବରଂ ମୁହଁରେ କଳା ବୋଳିଛନ୍ତି | ଏହି ସମୟରେ କର୍ମୀମାନେ ଏହି ଦୁହିଁଙ୍କ ବିରୋଧରେ ନାରାବାଜି କରିବା ସହ ଭିଡିଓ ସୁଟିଙ୍ଗ ମଧ୍ୟ କରାଇଥିଲେ | କର୍ମୀମାନେ ଅଭିଯୋଗ କରିଥିଲେ ଯେ ଏହି ଦୁଇ ନେତା ଦଳକୁ ଧୋକା ଦେଇଛନ୍ତି |

ଅନ୍ୟପଟେ ଏହି ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀ କହିଛନ୍ତି ଯେ ଏହି ଘଟଣାରେ କଂଗ୍ରେସର ହାତ ରହିଛି | ପ୍ରଥମେ ବିଧାୟକଙ୍କୁ ନିଜ ଆଡକୁ ନେଇଯାଇଥିବାବେଳେ ବର୍ତ୍ତମାନ ବିଏସପିର ନେତାଙ୍କ ଉପରେ ଆକ୍ରମଣ ମଧ୍ୟ କରୁଛି |

ସମ୍ବନ୍ଧିତ ଖବର