ମିରେଜ୍‌ ଯୁଦ୍ଧବିମାନ ଜଳିଗଲା,୨ ପାଇଲଟ୍‌ ମୃତ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ମିରେଜ୍‌-୨୦୦୦ ଫାଇଟର ଜେଟ୍‌ ଆଜି ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବରି‌ଷ୍ଠ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସ୍କ୍ବାଡ୍ରନ୍‌ ଲିଡର ସମୀର ଆବରୋଲ୍‌ ଏବଂ ସ୍କ୍ବାଡ୍ରନ୍‌ ଲିଡର ସିଦ୍ଧାର୍ଥ ନେଗି। ପୂର୍ବାହ୍ନ ୧୦.୩୦ ସମୟରେ ବେଙ୍ଗାଲୁରୁ ହାଲ୍‌ (ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌) ବିମାନ ବନ୍ଦରରୁ ଯୁଦ୍ଧ ବିମାନଟି ଉଡ଼ାଣ ଆରମ୍ଭ କରିଥିବା ବେ‌ଳେ ହଠାତ୍‌ ବିସ୍ଫୋରଣ ହୋଇ ଜଳି ଯାଇଥିଲା। ପାଇଲଟ୍‌ ଦୁଇଜଣ ବିମାନରୁ ବାହାରି ଆସିବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଜୀବନ ବଞ୍ଚାଇ ପାରିନାହାନ୍ତି। ତେବେ ଦୁର୍ଘଟଣାର କାରଣ କ’ଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଜଣାଯାଇଛି ଯେ ବିମାନଟିର ଆଜି ପରୀକ୍ଷାମୂଳକ ଉଡ଼ାଣ ଥିଲା। ଉଲ୍ଲେଖଯୋଗ୍ୟ ଚଳିତ ସପ୍ତାହରେ ବାୟୁସେନାର ଅନ୍ୟ ଏକ ଯୁଦ୍ଧ ବିମାନ ମଧ୍ୟ ଜଳି ଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ସମୁଦାୟ ୨୭ଟି ଯୁଦ୍ଧ ବିମାନ ଜଳିଯାଇଛି ଏବଂ ଏଥି‌ଯୋଗୁଁ ୪୦ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର