ସିଙ୍ଗଲ୍‌ ବେଞ୍ଚ୍‌ ନିର୍ଦ୍ଦେଶ ଉପରେ ରହିତାଦେଶ

କୋଲ୍‌କାତା : ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ଜାରି କରିଥିବା ନିର୍ଦ୍ଦେଶନାମା ଉପରେ ସିଙ୍ଗଲ୍‌ ବେଞ୍ଚ୍‌ ଦେଇଥିବା ଏକ ରାୟ ଉପରେ କୋଲ୍‌କାତା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ରାଜ୍ୟ ସରକାର ନିଜ ନିର୍ଦ୍ଦେଶନାମାରେ ଦର୍ଶାଇଥିଲେ ଯେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରଛାତ୍ରୀମାନେ ଅତିକମ୍‌ରେ ୩ ବର୍ଷ ପାଇଁ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ସେବା ଯୋଗାଇବେ। ନଚେତ୍‌ ୩୦ ଲକ୍ଷ ଟଙ୍କା ପୈଠ କରିବାକୁ ହେବ। କିନ୍ତୁ ଏହାକୁ ଅସାମ୍ବିଧାନିକ ବୋଲି ବିଚାରପତି ଆଇ ପି ମୁଖାର୍ଜୀଙ୍କ ସିଙ୍ଗଲ୍‌ ବେଞ୍ଚ୍‌ ଦର୍ଶାଇବା ସହ ଏ ନେଇ ଜବାବ ମାଗିଥିଲେ।

ସମ୍ବନ୍ଧିତ ଖବର