ଅଭିନବ ପ୍ରତିବାଦ : ପାର୍ଲାମେଣ୍ଟ୍‌ରେ ‘ଗାଈଆଳରୁ ସ୍କୁଲ୍‌ ପିଲା ଯାଏଁ ବିଭିନ୍ନ ବେଶରେ ଧାରଣା ଦେଲେ ଟିଡିପି ସାଂସଦ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ଦେବାକୁ ଅଗ୍ରାହ୍ୟ କରାଯିବାରୁ ତେୁଲୁଗୁ ଦେଶମ୍‌ ପାର୍ଟିର ସାଂସଦ ନରମଲ୍ଲୀ ଶିବପ୍ରସାଦ ଶୁକ୍ରବାର ଦିନ ଜଣେ ଗାଈଆଳ ବେଶରେ ପାର୍ଲାମେଣ୍ଟ୍‌ ପରିସରକୁ ଆସିଥିଲେ।

କିଛି ଦିନ ହେବ ଚାଲିଥିବା ପ୍ରତିବାଦ ଚିତ୍ତୁର ଆସନର ତେଲୁଗୁ ଦେଶମ୍‌ ଦଳର ସାଂସଦ ଶିବପ୍ରସାଦଙ୍କ ଦ୍ୱାରା ଏକ ଭିନ୍ନ ସ୍ତରକୁ ଯାଇଛି। ତାଙ୍କର ସୃଜନଶୀଳ ବେଶପୋଷାକ ଦ୍ୱାରା ମାମଲା ସଂକ୍ରାନ୍ତରେ ନ ହେଲେ ବି ନିଜ ପ୍ରତି ସେ ଧ୍ୟାନ ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ଚିତ୍ତୂର ସାଂସଦ ପ୍ରତିବାଦର ଅଂଶ ବିଶେଷ ଭାବେ ସ୍କୁଲ୍‌ ବାଳକ ଭଳି ବେଶପୋଷାକ ହେବା ସହ ଶାଢ଼ି ମଧ୍ୟ ପିନ୍ଧିଛନ୍ତି।

ଗୁରୁବାର ଦିନ ଶିବପ୍ରସାଦ ଜଣେ ସ୍ୱଚ୍ଛ ଭାରତ କର୍ମୀ ଭାବେ ବେଶ ହୋଇ ହାତରେ ଝାଡୁ ଧରିଥିଲେ। ସୋମବାର ଦିନ ସେ ହଳଦିଆ ଶାଢ଼ି ପିନ୍ଧା ମହିଳା ବେଶରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ନାରୀମାନଙ୍କୁ ଠକିଛନ୍ତି ବୋଲି ଅଭିଯୋଗ କରିଥିଲେ।

ଗତ ସପ୍ତାହରେ ଶିବପ୍ରସାଦ ହାପ୍‌ପ୍ୟାଣ୍ଟ୍‌ ପିନ୍ଧି ହାତରେ ଗୋଟେ ରୁଲର୍‌ ଏବଂ ଖାତା ଧରି ଆସି କହିଲେ କି ପ୍ରଧାନମନ୍ତ୍ରୀ ମୋଦି ଶ୍ରେଣୀର ସବୁଠୁ ବାଜେ ଛାତ୍ର।

ବୃତ୍ତିରେ ଡାକ୍ତର ଥିବା ଶିବପ୍ରସାଦ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ୧୯୯୯ରେ ସେ ବିଧାୟକ ହୋଇ ଚନ୍ଦ୍ରବାବୁ ନାଇଡୁଙ୍କ ମନ୍ତ୍ରିମଣ୍ଡଳରେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର