ନୂଆଦିଲ୍ଲୀ: ବିଶ୍ୱ ବ୍ୟାଙ୍କ ମନରେଗାକୁ ୨୦୧୫ରେ ବଡ଼ ଯୋଜନା ବୋଲି କହିଥିଲା। ଭାରତରେ ମନରେଗା ୧୫ ପ୍ରତିଶତ ଗରିବଙ୍କୁ ୧୦୦ ଦିନ କାମ ଦେଇ ସାମାଜିକ ସୁରକ୍ଷା ଦେବାକୁ ଦାବି କରୁଛି କିନ୍ତୁ ବିଗତ ୩ ବର୍ଷ ମଧ୍ୟରେ ମନରେଗା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ ଥିବା ସ୍ୱଷ୍ଟ ଭାବରେ କୁହାଯାଇ ପାରିବ। କାରଣ ଏହି ଯୋଜନାରୁ ଦେଶର ଗରିବ ଲୋକେ ୫୦ ଦିନ କାମ ପାଇ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୧୭-୧୮ରେ ଗରିବ ଲୋକଙ୍କୁ ହାରାହାରି ୫୦ ଦିନ କାମ ମିଳିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲକ୍ଷ୍ୟ ଥିଲା ଯେ, ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ବର୍ଷକ ମଧ୍ୟରେ ୧୦୦ ଦିନ କାମ ମିଳିବ। ‘ଆରବିଆଇ’ର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଦେଶର ଅନେକ ରାଜ୍ୟର ଗରିବ ଲୋକଙ୍କୁ ୧୦୦ ଦିନ ରୋଜଗାର ମିଳି ନାହିଁ।
ଉପରୋକ୍ତ ଗ୍ରାଫ ଚିତ୍ର ଅନୁସାରେ ଯୋଜନା ଅନ୍ତର୍ଗତ ହାରାହାରି ୪୫.୨ ଦିନ ରୋଜଗାର ପୁରା ଦେଶରେ ଦିଆଯାଇଛି। ତ୍ରିପୁରାରେ ସର୍ବାଧିକ ୭୫ ଦିନ ରୋଜଗାର ଦିଆଯାଇଥିବା ବେଳେ ମଣିପୁରରେ ଏକ ବର୍ଷ ମଧ୍ୟରେ ୨୦ ଦିନ ରୋଜଗାର ଦିଆଯାଇଛି। ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୧୭-୧୮ରେ ୪୫.୭୭ ଦିନ ରୋଜଗାର ଦିଆଯାଇଥିବା ବେଳେ ଆର୍ଥିକ ବର୍ଷ ୨୦୧୬-୧୭ରେ ୪୬ ଦିନ ଓ ୨୦୧୫-୧୬ରେ ହାରାହାରି ୪୦.୧୭ ଦିନ ରୋଜଗାର ଦିଆଯାଇଛି।