ମମତା ବାନାର୍ଜୀ ନ ଦେଲେ କେନ୍ଦ୍ର ସରକାର ଶରଣାର୍ଥୀମାନଙ୍କୁ ନାଗରିକତ୍ୱ ଦେବେ: ବିଜେପି

କୋଲ୍‌କାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚାଲେଞ୍ଜ୍‌ କରି ରାଜ୍ୟ ବିଜେପିର ସାଧାରଣ ସଚିବ ଦାୟିତ୍ୱରେ ଥିବା କୈଳାସ ବିଜୟବର୍ଗିୟା ଗୁରୁବାର ଦିନ କହିଛନ୍ତି ଯେ ଯଦି ତିନି ପଡ଼ୋଶୀ ଦେଶର ଶରଣାର୍ଥୀମାନଙ୍କୁ ରାଜ୍ୟ ସରକାର ନାଗରିକତ୍ୱ ଦେବାରେ ବିଫଳ ହୁଅନ୍ତି, ତେବେ କେନ୍ଦ୍ର ସରକାର ସେମାନଙ୍କୁ ନାଗରିକତ୍ୱ ଦେବେ।

ସେ କହିଛନ୍ତି: ପାର୍ଲାମେଣ୍ଟ୍‌ ନାଗରିକତା ସଂଶୋଧନ ବିଲ୍‌ ଅନୁମୋଦନ କରିଛି। ଏବେ ରାଜ୍ୟ ସରକାର ଏହି ଲୋକମାନଙ୍କୁ ନାଗରିକତ୍ୱ ଦେବେ। ଯଦି ରାଜ୍ୟ ସରକାର ତାଙ୍କର ଦାୟିତ୍ୱ ନିର୍ବାହ ନ କରିନ୍ତି, ଏବଂ ଅହଙ୍କାର ଯୋଗୁଁ ମମତା ବାନାର୍ଜୀ ଏହି ଲୋକମାନଙ୍କୁ ସେମାନଙ୍କ ନାଗରିକତ୍ୱ ଅଧିକାରରୁ ବଞ୍ଚିତ କରନ୍ତି, ସେମାନଙ୍କୁ ନାଗରିକତ୍ୱ ଦେବା ପାଇଁ କେନ୍ଦ୍ର ସରକାର ନିଶ୍ଚିତ ନିଜର କ୍ଷମତା ପ୍ରୟୋଗ କରିବେ।

Image Source: New Indian Express

ସେ ଗଣମାଧ୍ୟମକୁ ଆହୁରି କହିଛନ୍ତି: ଏହି ଲୋକମାନେ ଯେମିତି ସେମାନଙ୍କ ଅଧିକାର ପାଆନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ସେ ବିଷୟରେ ନିଶ୍ଚିତ ହେବେ। କିନ୍ତୁ ମମତା ବାନାର୍ଜୀ ମନେରଖିବା ଉଚିତ ଯେ ବ୍ୟକ୍ତିଗତ ଅହଙ୍କାର ରାଜ୍ୟକୁ ଆଗେଇ ନେଇ ପାରେ ନାହିଁ।

ସମ୍ବନ୍ଧିତ ଖବର