କରୋନାକୁ ‘ଚାଇନା ଭାଇରସ୍‌’ ବୋଲି କୁହା ନ ଯାଉ; ଭାରତକୁ ଅନୁରୋଧ କଲେ ଚୀନ୍‌ ବୈଦେଶିକ ମନ୍ତ୍ରୀ

ବେଜିଂ: ସଂପ୍ରତି କରୋନା ଭାଇରସ୍‌ କୋଭିଡ୍‌-୧୯ ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଛି ସତ। ଚୀନ୍‌ ପାଇଁ ମଧ୍ୟ ଏହା କମ୍‌ ଘାତକ ସାବ୍ୟସ୍ତ ହୋଇନାହିଁ। କେନ୍ଦ୍ରୀୟ ଚୀନ୍‌ର ଉହାନ୍‌ ପ୍ରଦେଶରେ ଗତ ଡିସେମ୍ବର ମାସରେ ଅବଶ୍ୟ ପ୍ରଥମେ କରୋନା ଭାଇରସ୍‌ କୋଭିଡ୍‌-୧୯କୁ ଠାବ କରା ଯାଇଥିଲା।

ହେଲେ, କରୋନା ଭାଇରସ୍‌ କୋଭିଡ୍‌-୧୯ ଯେ ଚୀନ୍‌ରେ ଜନ୍ମ ନେଇଛି ଏଯାବତ୍‌ ତାହାର କୌଣସି ପ୍ରମାଣ ମିଳିନାହିଁ। ତେଣୁ, ଏପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସ୍‌ କୋଭିଡ୍‌-୧୯କୁ ‘ଚାଇନିଜ୍‌ ଭାଇରସ୍‌’ କହିବା ଅତ୍ୟନ୍ତ ଦୁଃଖଦାୟକ ଓ ବେଦନାଦାୟକ ବୋଲି କହିଛନ୍ତି ଚୀନ୍‌ର ବୈଦେଶିକ ମନ୍ତ୍ରୀ ୟାଙ୍ଗ ଓ୍ଵାଇ।

The Print

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ଭାଇରସ୍‌ କୋଭିଡ୍‌-୧୯କୁ ‘ଚାଇନିଜ୍‌ ଭାଇରସ୍‌’ ବୋଲି ଅଭିହିତ କରିବା ପରେ ଚୀନ୍‌ ଏବେ ବିଶ୍ୱ ସମୁଦାୟ ସମ୍ମୁଖରେ ଉପହାସର ପାତ୍ର ହୋଇଛି ଓ ସମଗ୍ର ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଏବେ ଚୀନ୍‌ ଉପରେ ଏକ ପ୍ରକାରର କଳଙ୍କ ଲଗାଇ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କର ଏପ୍ରକାରର ବକ୍ତବ୍ୟ ତାଙ୍କର ସଂକୀର୍ଣ୍ଣ ମାନସିକତାର ପରିଚୟ ଦେଉଛି ବୋଲି ଚୀନ୍‌ର ବୈଦେଶିକ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଫୋନ୍‌ କରି ଅଭିଯୋଗ କରିଛନ୍ତି। ତେଣୁ, ଭାରତ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁକରଣ କରି କରୋନା ଭାଇରସ୍‌ କୋଭିଡ୍‌-୧୯କୁ ‘ଚାଇନିଜ୍‌ ଭାଇରସ୍‌’ ବୋଲି ଅନ୍ତତଃ ନକହୁ ବୋଲି ସେ ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀ ଜୟଶଙ୍କରଙ୍କୁ ନେହୁରା ହୋଇ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର