ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବ ଆଇଟି କମ୍ପାନି କଗନିଜାଣ୍ଟ

ବାଙ୍ଗାଲୁରୁ : କେବଳ ଅଟୋମୋବାଇଲ ଶିଳ୍ପ ନୁହେଁ, ଅନ୍ୟ କେତେକ କ୍ଷେତ୍ରରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ଜାରି ରହିଛି । ଆଇଟି ଶିଳ୍ପରେ ମଧ୍ୟ ଅନ୍ତର୍ଜାତୀୟ ମାନ୍ଦାବସ୍ଥାର ପ୍ରଭାବ ପଡିଛି । ଏଥିଲାଗି ଆଇଟି କମ୍ପାନିମାନେ ନିଜର ଖର୍ଚ୍ଚ ହ୍ରାସ କରିବା ପାଇଁ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିଚାଲିଛନ୍ତି । ଭାରତର ଅନ୍ୟତମ ଅଗ୍ରଣୀ ଆଇଟି କମ୍ପାନି କଗନିଜାଣ୍ଟ ନିଜର ଖର୍ଚ୍ଚକାଟ କରିବାକୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବା ଲାଗି ବିଚାର କରୁଛି । କଗନିଜାଣ୍ଟର ନୂଆ ସିଇଓ ବ୍ରାୟାନ ହମ୍ପାରିସ ଦାୟିତ୍ୱ ଗ୍ରହଣ କରିବା ପରେ କମ୍ପାନିର ଖର୍ଚ୍ଚକାଟ କରିବା ସହ କମ୍ପାନିର ଅପରେସନରେ କେତେକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରୁଛନ୍ତି । କର୍ମଚାରୀ ଛଟେଇ କରିବା ପାଇଁ କମ୍ପାନି ନିଜର ଦକ୍ଷତା ବା ପ୍ରଦର୍ଶନ ମୂଲ୍ୟାଙ୍କନ ବା ଆପ୍ରାଇଜାଲ ପଦ୍ଧତିକୁ ଆହୁରି କଠୋର କରିଛି ।

ଏପରିକି ଗତ ମାର୍ଚ୍ଚମାସରେ କମ୍ପାନି ଅଫର ଲେଟର ପ୍ରଦାନ କରିଥିବା ନୂଆ ପେଶାଦାରମାନଙ୍କୁ ଏପର୍ଯ୍ୟନ୍ତ ଜଏନିଂ ତାରିଖ ପ୍ରଦାନ କରିନାହିଁ । ଜୁନ ୩୦ ସୁଦ୍ଧା କମ୍ପାନିର ମୋଟ କର୍ମଚାରୀ ସଂଖ୍ୟା ୨୮୮,୨୦୦ ଜଣ କର୍ମଚାରୀ ଥିଲେ ।

ସମ୍ବନ୍ଧିତ ଖବର