ଲୋକଙ୍କ ଭିତରେ ଥିବା ଆକ୍ରୋଶକୁ ନେଇ ରାଜନୀତି କରିବା ପାଇଁ ରାମଲୀଳା ମୈଦାନରେ ରାଂଲି କଲା କଂଗ୍ରେସ

ନୂଆଦିଲ୍ଲୀ: ର୍ନିବାଚନ ମୋଡରେ କଂଗ୍ରେସ। କେନ୍ଦ୍ରରେ ଏନଡିଏ ସରକାରଙ୍କ ବିରୋଧରେ ବିରାଟ ରାଜନୈତିକ ରାଲି। କୁହାଯାଉଛି ୨୦୧୯ ସାଧାରଣ ର୍ନିବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ। ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ଦଳ ପକ୍ଷରୁ ଆୟୋଜନ କରାଯାଇଛି ଜନ ଆକ୍ରୋଶ ରାଲି । ନିକଟରେ ସାମ୍ନାକୁ ଆସିଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ମୋଦି ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛି ରଣନୀତି।

ଏପଟେ ହାତରେ ମୋଦି ସରକାରଙ୍କ ବିରୋଧୀ ପୋଷ୍ଟରଧରି ରାମଲୀଲା ମୈଦାନରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ। କୁହାଯାଉଛି ଆଜିର ଏହି ରାଲି ଓ ଜନସଭାରେ ୧୦ ହଜାରରୁ ଅଧିକ କଂଗ୍ରେସ କର୍ମୀ ଏକାଠି ହେବେ। କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସମେତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ କର୍ମୀମାନଙ୍କୁ ସମ୍ବୋଧିତ କରିବେ। କେନ୍ଦ୍ରରେ ମୋଦି ସରକାରଙ୍କୁ କ୍ଷମତାରୁ ଦୂରେଇ ରଖିବାର ମୂଳଦୁଆ କର୍ଣ୍ଣାଟକରୁ ପଡିବ ବୋଲି କଂଗ୍ରେସ ନେତା କହିଛନ୍ତି।

ସମ୍ବନ୍ଧିତ ଖବର