କଂଗ୍ରେସର ‘ଗରିବୀ ହଟାଓ’ କଥା ମନେପଡିଲା

କ୍ଷମତାକୁ ଆସିଲେ ଧନୀଙ୍କ ଉପରେ ଟାକ୍ସ ବସାଇ ଗରିବ ଲୋକଙ୍କ ବିକାଶ କରିବ

ନୂଆଦିଲ୍ଲୀ: ପୁଣି ଦାବିଦ୍ର୍ୟ ହଟାଅ ସ୍ଲୋଗାନ ଦେବ କଂଗ୍ରେସ ଦଳ । ଧନୀଙ୍କ ଉପରେ ଟିକସ ବସାଇ ସେହି ଅର୍ଥରେ ଦେଶରୁ ଦାରିଦ୍ର୍ୟ ଦୂରୀକରଣ କାମରେ ଲଗାଯିବ । ଇନ୍ଦିରା ଗାନ୍ଧିଙ୍କ ଅମଳରେ ଦଳ ଏହି ସ୍ଲୋଗାନ ଦେଇଥିଲା । ଏବେ ପୁଣି ସେଠାକୁ ଫେରିବ ଏହି ଦଳ ।
ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳ କ୍ଷମତାକୁ ଆସିଲେ ଧନୀ ଲୋକଙ୍କ ଉପରେ ଟାକ୍ସ ବସାଇ ଗରିବ ଲୋକଙ୍କୁ ଅଧିକ ସୁବିଧା ପ୍ରଦାନ କରିବ । ଏକଥା ଦଳର ସାଧାରଣ ଅଧିବେଶନ ଅବସରରେ ପ୍ରକାଶିତ ସଂକଳ୍ପନାମାରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ ଦଳ କ୍ଷମତାକୁ ଆସିଲେ ଏକ ଜାତୀୟ ଦାରିଦ୍ର୍ୟ ଦୂରୀକରଣ ପାଣ୍ଠି ସ୍ଥାପନ କରାଯିବ । ଦେଶର ୧ପ୍ରତିଶତ ବଡ଼ ଧନୀଙ୍କ ଉପରେ ୫ ପ୍ରତିଶତ ଟାକ୍ସ ବସାଯିବ ଓ ସେହି ଅର୍ଥକୁ ଅନୁସୂଚୀତ ଜାତି ଓ ଉପଜାତି ତଥା ବିପିଏଲ ପରିବାରଗୁଡ଼ିକର ବିକାଶ ଲାଗି ବ୍ୟୟ କରାଯିବ । ବିଶେଷକରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ କରାଯିବ ।

କଂଗ୍ରେସର ସାଧାରଣ ଅଧିବେଶନ ଅବସରରେ ଏହି ସଂକଳ୍ପନାମାକୁ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି ଆଗତ କରିଥିଲେ । ଏଥିରେ କୁହାଯାଇଛି ଯେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଦେଶରେ ଧନି ଗରିବ ଅସମାନତା ବଢିଛି । ଗତ ୪ ବର୍ଷରେ ଦେଶର ମୋଟ ଜନସଂଖ୍ୟାର ମାତ୍ର ୧ ପ୍ରତିଶତ ଧନୀ ଲୋକଙ୍କ ସଂପତ୍ତି ପରିମାଣ ୭୩ ପ୍ରତିଶତ ବଢିଛି । କିନ୍ତୁ ସାଧାରଣ ଓ ଗରିବ ଲୋକଙ୍କ ସଂପତ୍ତି ମାତ୍ର ୧ ପ୍ରତିଶତ ହାରରେ ବଢିଛି ।

ସମ୍ବନ୍ଧିତ ଖବର