ମହାରାଷ୍ଟ୍ର ସରକାରଙ୍କ ବଡ଼ ପଦକ୍ଷେପ: ଏନ୍-୯୫ ମାସ୍କ ପାଇବା ପାଇଁ ମାନିବାକୁ ହେବ ଏହି ସର୍ତ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଖାଦ୍ୟ ଏବଂ ଔଷଧ ନିୟାମକ(ଏଫଡିଏ) ପ୍ରଶାସନ ଏବେ ଏନ୍-୯୫ ମାସ୍କ ବିକ୍ରି ଉପରେ ରୋକ୍ ଲଗାଇ ଦେଇଛନ୍ତି। ପୂର୍ବରୁ ଯେକୌଣସି ଲୋକ କରୋନାରେ ପୀଡ଼ିତ ନ ହୋଇ ମଧ୍ୟ ଏହି ମାସ୍କ କିଣିପାରୁଥିବା ବେଳେ ଏବେ ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଡାକ୍ତରଙ୍କ ପରାମର୍ଶକ୍ରମେ ହିଁ ଜଣେ ଏନ୍-୯୫ ମାସ୍କ କିଣିପାରିବ ବୋଲି ଏଫଡିଏ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ, ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ଲୋକେ ଡ଼ରରେ ଏନ୍-୯୫ ମାସ୍କ କିଣିବା ଆରମ୍ଭ କରି ଦେଇଥିଲେ। କିଛି ଲୋକ ଏହାକୁ କିଣି ଘରେ ଭବିଷ୍ୟତ ପାଇ ମହଜୁଦ ରଖୁଥିବାର ଅଭିଯୋଗ ହେବା ପରେ ମହାରାଷ୍ଟ୍ରର ଏଫଡିଏ ଏଭଳି ପଦକ୍ଷେପ ନେଇଛନ୍ତି। ସବୁ ମେଡିକାଲ ଷ୍ଟୋରଙ୍କୁ ଆଦେଶ ଦେଇ ଏଫଡିଏ ପକ୍ଷରୁ କୁହାଯାଇଛି କି, ଡାକ୍ତରଙ୍କ ପ୍ରେସ୍କ୍ରିପସନ ଦେଖିବା ପରେ ହିଁ ଲୋକଙ୍କୁ ଏନ୍-୯୫ ମାସ୍କ ଦିଅନ୍ତୁ।

coronavirus: Maharashtra bans sale of N95 masks without prescriptions
oneindia.com

ଏଫଡିଏର ଜଣେ ଅଧିକାରୀ କହିଛନ୍ତି କି, ପରିସ୍ଥିତିର ଲାଭ ଉଠାଇ କିଛି ଲୋକ ଦରକାର ନ ଥାଇ ମଧ୍ୟ ମାସ୍କ କିଣି ଘରେ ମହଜୁଦ ରଖୁଛନ୍ତି, ଯାହା ପାଇଁ ଦରକାର ଥିବା ଲୋକ ପାଇ ପାରୁନାହାନ୍ତି। ମାସ୍କର ଅଭାବ ହେବା ହେତୁ ଏଫଡିଏ ଏଭଳି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର