ସମ୍ପତି ପାଇଁ ବୁଢ଼ା ବାପା-ମା’ଙ୍କ ଯତ୍ନ ନେଉ ନଥିବାରୁ ଘରେ ସିସିଟିଭି ଲଗାଇବା ସହ ଶାନ୍ତିରେ ରହିବା ପାଇଁ ପୁଅ-ବୋହୁକୁ ଆଦେଶ ଦେଲା ଅଦାଲତ

ବସଇ : ନିର୍ଯାତନାର ଶିକାର ହୋଇଥିବା ବୁଢ଼ା ବାପା-ମା’ଙ୍କୁ ନ୍ୟାୟ ଦେଇଛି ବସଇ ଅଦାଲତ । ପୁଅ-ବୋହୁ ଦ୍ୱାରା ଅତ୍ୟାଚାରର ଶିକାର ହେବା ପରେ ଜଣେ ବୃଦ୍ଧ ଏ ନେଇ ଅଭିଯୋଗ ଆଣିଥିଲେ । ବୃଦ୍ଧ ଜଣଙ୍କ ଏ ନେଇ ଅଭିଯୋଗ କରିବା ପରେ ବସଇ ଅଦାଲତ ଏ ନେଇ ଏକ ଅଭିନବ ଉପାୟ ଆପଣେଇଥିବା ଜଣା ପଡ଼ିଛି ।
ଅଭିଯୋଗ ଉପରେ ଶୁଣାଣି କରି ବାପା-ମା’ଙ୍କ ଯତ୍ନ ନେବା ସହ ଠିକ୍‌ ଭାବରେ ଯତ୍ନ ନିଆଯାଉଛି କି ନାହିଁ ସେ ବିଷୟରେ ଜାଣିବା ପାଇଁ ଘରେ ସିସିଟିଭି ଲଗାଇବା ପାଇଁ ପୁଅ-ବୋହୁଙ୍କୁ ଆଦେଶ ଦେଇଛି ଅଦାଲତ । ସୂଚନା ମୁତାବକ, ପାଲୀରେ ରହୁଥିବା ବିଶ୍ୱନାଥ ମାହାତ୍ରେ ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବାର ଅଭିଯୋଗ ଆଣିଥିଲେ । ଘର ଏବଂ ସବୁ ସମ୍ପତି ନିଜ ନାଁରେ କରିବା ପାଇଁ ପୁଅ ଭୁଷଣ ଏବଂ ବୋହୁ ଅପର୍ଣ୍ଣା ତାଙ୍କୁ ଏବଂ ତାଙ୍କ ସ୍ତ୍ରୀ ବୀଣାଙ୍କ ଉପରେ ଅତ୍ୟାଚାର କରୁଥିବାର ଅଭିଯୋଗ ଆଣିଥିଲେ ।

indiatimes.com

ଅଦାଲତରେ ଏ ନେଇ ଶୁଣାଣି ସମୟରେ ଉଭୟ ବିଶ୍ୱନାଥ ଏବଂ ଭୂଷଣ ନିଜ ନିଜର ପକ୍ଷ ରଖିଥିଲେ । ଦୁଇ ପକ୍ଷରୁ ସବୁ କଥା ଜାଣିବା ପରେ ଅଦାଲତ ଭୂଷଣଙ୍କୁ ତାଙ୍କ ବାପା-ମା’ଙ୍କ ଯତ୍ନ ନେବା ପାଇଁ କହିବା ସହ ଏହି ଆଦେଶର ଯେପରି ଅବମାନନା ନ କରାଯାଏ ସେ ନେଇ ଘରେ ସିସିଟିଭି ଲାଗାଇବା ପାଇଁ ଅଦାଲତ ନିଷ୍ପତ୍ତି ନେଇଥିଲେ । ଅଦାଲତ ଦେଇଥିବା ରାୟର ଶୁଣାଣି ପରେ ବିଶ୍ୱନାଥ ଏବଂ ତାଙ୍କ ସାନ ପୁଅ ଘରେ ସିସିଟିଭି ଲଗାଇଥିଲେ । ପ୍ରଥମ ଥର ପାଇଁ ଏଭଳି ମାମଲାରେ ବସଇ ଅଦାଲତ ଏହି ନୂତନ ପଦକ୍ଷପ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର