ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କେଉଁ ଶବ୍ଦକୁ କେତେ ଥର ବ୍ୟବହାର କରିଛନ୍ତି ଜାଣନ୍ତୁ; ସର୍ବାଧିକ ୮୦ ଥର କହିଛନ୍ତି ‘କ୍ରୋର’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଶେଷ ଏବଂ ଆଗାମୀ ନିର୍ବାଚନ ପୂର୍ବରୁ କାମଚଳା ବଜେଟକୁ ଆଜି ସଂସଦରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥାପିତ କରିଛନ୍ତି। ତେବେ, ସଂସଦରେ ନିଜର ବଜେଟ ଭାଷଣ ପ୍ରଦାନ କାଳରେ କାମଚଳା ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ଏକାଧିକ ଶଦ୍ଦର ଏକାଧିକବାର ବ୍ୟବହାର କରଥିବା ଶୁଣିବାକୁ ମିଳିଛି।

ଏହି କ୍ରମରେ କାମଚଳା ଅର୍ଥମନ୍ତ୍ରୀ ଶ୍ରୀ ଗୋଏଲ ତାଙ୍କ ବଜେଟ ଅଭିଭାଷଣରେ ୧୦ଟି ଶବ୍ଦକୁ ମାତ୍ରାଧିକ ଗୁରୁତ୍ୱ ଦେଇ ଏକାଧିକବାର ବ୍ୟବହାର କରିବା ଶୁଣିବାକୁ ମିଳିଥିଲା। ଯେଉଁ ୧୦ଟି ଶବ୍ଦକୁ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ନିଜ ବଜେଟ ଅଭିଭାଷଣରେ ବ୍ୟବହାର କରିଥିଲେ, ସେଗୁଡ଼ିକ ହେଲା: ‘କ୍ରୋର’ (୮୦ ଥର); ‘ଉଇଲ୍‌’ (୭୬ ଥର); ‘ଗଭର୍ଣ୍ଣମେଣ୍ଟ’ (୬୦ ଥର); ‘ଇଣ୍ଡିଆ’ (୫୧ ଥର); ‘ଟ୍ୟାକ୍ସ’ (୪୫ ଥର); ‘ଇଅରସ୍‌’ (୩୬ ଥର); ‘ଲାଖ୍‌’ (୩୨ ଥର); ‘ଇଅର’ (୨୯ ଥର); ‘ଅଲ୍‌ସୋ’ (୨୮ଥର) ଏବଂ ‘ଇନ୍‌କ୍ରିଜଡ୍‌’ (୨୩ ଥର)।

ସମ୍ବନ୍ଧିତ ଖବର