କାଶ୍ମୀରରେ ଡବଲ ଆଟାକ୍‌ ଜାରି ; ୧୦ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ !

ନୂଆଦିଲ୍ଲୀ : କାଶ୍ମୀରରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀମାନଙ୍କ ଉପରେ ଭିଷଣ ଆକ୍ରମଣ ଜାରି ରଖିଛନ୍ତି। ଗତ କିଛି ଘଣ୍ଟା ଭିତରେ ଆତଙ୍କବାଦୀଙ୍କ ଉପରେ ଡବଲ୍‌ ଆଟାକ୍‌ ଜାରିଥିବା ଜଣାଯାଇଛି।
ଆଜି ସକାଳେ ତ୍ରାଲରେ ଆତଙ୍କବାଦୀଙ୍କ ଶିବିର ଉପରେ ଆକ୍ରମଣ କରାଯାଇଛି। ବେଡଗମରେ ଏସପିଓଙ୍କ ଗୁଳି ମରାଯାଇଥିବା ଜଣାଯାଇଛି।
ବାରମୁଳାରେ ଆଜି ସକାଳେ ଆର୍ସିର ୨୨ ଆର୍‌ ଆର୍‌,ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌(ଏସ୍‌ଓଜି)ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ୍‌)ର ମିଳିତ ଟିମ୍‌ ସେପୋରର ଜଲୁରାରେ ଚାରିପଟୁ ଘେରି ସର୍ଚ୍ଚ ଅପରେସନ୍‌ ଚଳାଇଛନ୍ତି।ଏହି ଖବର ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କ ମନରେ ଛନକା ପୁରାଇଥିବା ଖବର ମିଳିଛି।


ଜାମ୍ମୁ-କାଶ୍ମୀରରରେ ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ୍‌ ଅଲଆଉଟ୍‌ ଜାରି ରହିଛି।ଏହି ଅପରେସନରେ ଗତ ୧୦ ମାସ ଭିତରେ ପ୍ରାୟ ୨୦୦ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ଜଣାଯାଇଛି। ଗତ ୪୮ ଘଣ୍ଟା ଭିତରେ ସୁରକ୍ଷାକର୍ମୀମାନେ ୧୦ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଗୁଳିକରି ହତ୍ୟା କରିଥିବାର ଖବର ମିଳିଛି। ଏହି ଅପରେସନ୍‌ ଫଳରେ ଆତଙ୍କବାଦୀ ଦମନରେ ବଡ଼ ସଫଳତା ମିଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର