ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀର ନିକଟବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର୍ସ୍କେଲ୍ରେ ଏହାର ତୀବ୍ରତା ଥିଲା ୪. ୬। କିନ୍ତୁ, ଏହାର ପ୍ରଭାବରେ କେହି ମୃତାହତ କିଂବା ସମ୍ପତ୍ତିବାଡ଼ି ନଷ୍ଟ ହୋଇଥିବାର ଖବର ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହନ୍ତି: ସକାଳ ୮. ୦୯ରେ କମ୍ପନ ଅନୁଭୂତ ହୋଇଥିଲା। ଉତ୍ତର ଅକ୍ଷାଂଶ ୩୬. ୭ ଏବଂ ପୂର୍ବ ଦ୍ରାଘିମା ୭୪. ୫ ମଧ୍ୟରେ ଭୂକମ୍ପନ ସଂଘଠିତ ହୋଇଥିଲା। ଭୂଗର୍ଭର ୧୦୬ କି. ମି. ଅଭ୍ୟନ୍ତରରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ।
ଅକ୍ଷାଂଶ ଓ ଦ୍ରାଘିମା ହିସାବକୁ ନେଲେ ଭୂମିକମ୍ପ ସିଧାସଳକ କାରାକୋରମ ପର୍ବତମାଳାର ଖୁଞ୍ଜେରବ୍ ନିକଟବର୍ତ୍ତୀ ଗିଲ୍ଗିଲ୍ରେ ଅନୁଭୂତ ହୋଇଥିଲା।
ଅତୀତରେ ମଧ୍ୟ ଭୂକମ୍ପନ ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲା।
ଅକ୍ଟୋବର ୮ ତାରିଖ, ୨୦୦୫ ମସିହାରେ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ଭୂକମ୍ପନ ହେବାରୁ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିଲେ।