ପ୍ରତି ଜିଲ୍ଲାରେ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା କରାଯିବ: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପୂର୍ବାଞ୍ଚଳ ରାଜ୍ୟର ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେଉଛି। ମିଳିଥିବା ସୂଚନା ଅନୁସାରେ ଏବେ ବି କେନ୍ଦ୍ର ସରକାରଙ୍କର ଶ୍ରମ ଆଇନ ସଂପର୍କରେ ଆଲୋଚନା ଜାରି ରହିଛି।, ଶ୍ରମିକମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନା ବାବଦରେ ଆଲୋଚନା କାର୍ଯ୍ୟକ୍ରମ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଶ୍ରମ ମନ୍ତ୍ରୀ ଓ ସଚିବମାନେ ଏଥିରେ ଉପସ୍ଥିତଅଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଏହି ସମ୍ମିଳନୀ।

ଏଥିରେ ଯୋଗ ଦେବା ଅବସରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ପ୍ରତି ଜିଲ୍ଲାରେ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା କରାଯିବ। ପ୍ରତି ୨୦ ହଜାର ଶ୍ରମିକଙ୍କ ପାଇଁ ୩୦  ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁଠାରେ ଅଧିକସଂଖ୍ୟକ ଶ୍ରମିକ ଅଛନ୍ତି ସେଠାରେ ଅଧିକ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଖୋଲାଯିବ । ରାଜ୍ୟ-କେନ୍ଦ୍ର ସମନ୍ବୟରେ ଶ୍ରମିକମାନଙ୍କର ବିକାଶ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର