ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ମୁତାବକ ଦିଲ୍ଲୀରେ ଅସହ୍ୟ ଗରମ ଜାରି ରହିବ। ଦିଲ୍ଲୀରେ ଏବେ ସର୍ବାଧିକ ତାପାମାତ୍ରା ୪୫.୬ ଡିଗ୍ରିରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଏହା ୪୬ରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଉତ୍ତରଭାରତର ବିଭିନ୍ନ ସହରରେ ତାପମାତ୍ରା ୪୮ ଡିଗ୍ରି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ପାଣିପାଗ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ରର ବିଚଳ ଓ ହରିୟାଣାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଭୟଙ୍କର ଗ୍ରୀଷ୍ମ ପ୍ରବାହ ଏବେ ଉତ୍ତର ଭାରତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଏବଂ ଆଗାମୀ ୪ ଦିନ ଭିତରେ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି। ତେବେ ୨୯ ତାରିଖରୁ ଜଳବାୟୁରେ ପରିବର୍ତ୍ତନ ସହ ଗରମରୁ ସାମାନ୍ୟ ନିସ୍ତାର ମିଳିଥିବା କହାଯାଇଛି।। ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ବିଦର୍ଭ ଏବଂ ତେଲେଙ୍ଗାନାରେ ମଙ୍ଗଳବାରଠାରୁ ଅନେକ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରି ପର୍ଯ୍ୟନ୍ତ ଯାଇପାରେ ବୋଲି ଅନୁମାନ କରାଯାଇଛି। ଗତବର୍ଷ ୨୩ଟି ରାଜ୍ୟରେ ତାପମାତ୍ରା ୫୦ ଡିଗ୍ରି ସେଲ୍ସିୟସ୍ ପାଖାପାଖି ପହଞ୍ଚିଯାଇଥିଲା ଏବଂ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା।