ସେଲିବ୍ରିଟିଙ୍କ ମଧ୍ୟରେ ଛନକା : ବିବାଦରେ କେନ୍ଦ୍ରମନ୍ତ୍ରୀ ଆକବର

8ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ O ମୁହଁ ଖୋଲିଲେ ନିର୍ଦ୍ଦେଶିକା ବିଣ୍ଟା ନନ୍ଦା‌O ଫ୍ଲୋରା ସାଇନି ବି ଶିକାର

ମୁମ୍ବାଇ: ମି-ଠୁ ଅଭିଯାନ ଦ୍ବାରା ଅନେକ ସେଲିବ୍ରିଟିଙ୍କ କଳା କାରନାମା ଗୁମର ଖୋଲିବାରେ ଲାଗିଛି। ଅଭିନେତା ନାନା ପାଟେକର୍‌ଙ୍କ ଠାରୁ ଆରମ୍ଭକରି ନିର୍ଦ୍ଦେଶକ ବିକାଶ ବହଲ୍‌ଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ୍‌ ଷ୍ଟାର୍‌ ବ୍ୟକ୍ତିଗତ ଭାବେ କେତେ ମାରାତ୍ମକ ତାହା ଏହି ଆନ୍ଦୋଳନ ପର୍ଦ୍ଦାଫାସ କରିଛି। ଯୌନ ନିର୍ଯାତନା ଭଳି ସଙ୍ଗିନ୍ ଅପରାଧରେ ଏମାନେ ସଂଶ୍ଳିଷ୍ଟ ରହିଛନ୍ତି! ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କ ଗୁମର ଫିଟିଛି। ସେ ହେଉଛନ୍ତି ‘ସଂସ୍କାରୀ’ ଅଭିନେତା ଆଲୋ‌କ ନାଥ। ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି।
ଆଲୋକ ନାଥ ନିଜ ବଳିଷ୍ଠ ଅଭିନୟ ଦ୍ବାରା ଟିଭି ଧାରାବାହିକଠାରୁ ଆରମ୍ଭକରି ବଡ଼ ପରଦାରେ ଅନେକ ଲୋକଙ୍କ ହୃଦୟ ଜିଣିଛନ୍ତି। ପିତାଙ୍କ ଭୂମିକା‌େର ଏଭଳି ଅଭିନୟ କରନ୍ତି, ଲାଗେ ଯେମିତି ସତସତିକା ପିତା ବୋଲି। କିନ୍ତୁ ତାଙ୍କ ଚରିତ୍ରରେ ବି କଳଙ୍କ ଅଛି। ଲେଖିକା ତଥା ନିର୍ଦ୍ଦେଶିକା ବିଣ୍ଟା ନନ୍ଦା ତାଙ୍କ ବି‌େରାଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। କଥା ଏବେକାର ନୁହେଁ, ବରଂ ଦୁଇ ଦଶନ୍ଧି ତଳେ ଏଭଳି ଦୁର୍ଘଟଣା ତାଙ୍କ ସହ ହୋଇଥିଲା ବେ‌ାଲି ନନ୍ଦା କୁହନ୍ତି। କିନ୍ତୁ କ୍ୟାରିୟର୍‌କୁ ଦେଖି ସେତେବେଳେ ସେ ଚୁପ୍ ରହିଥିଲେ। ମି-ଠୁ ଅଭିଯାନ ତାଙ୍କୁ ଆଜି କହିବାର ସାହସ ଦେଇଛି। ତେବେ ନନ୍ଦାଙ୍କର ଦୁଷ୍କର୍ମ ହୋଇଥିବା ନେଇ ଆଲୋକ ନାଥ ଯଦିଓ ସ୍ବୀକାର କରିଛନ୍ତି, କିନ୍ତୁ ସେ ଏଥିରେ ସଂପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି।
ନନ୍ଦାଙ୍କ କହିବାନୁଯାୟୀ ଦିନେ ସେ ନିଜ କାମ ସାରି ଏକାକୀ ଫେରୁଥିବା ବେଳେ ଆଲୋକ ନାଥ ତାଙ୍କୁ ଗାଡ଼ିରେ ଲିଫ୍ଟ ଦେଇଥିଲେ। ଏଭଳି ଜଣେ ବ୍ୟକ୍ତିତ୍ବ ତାଙ୍କୁ ଲିଫ୍ଟ ଦେଇଥିବାରୁ ସେ ନିଜକୁ ଧନ୍ୟ ମନେ କରିଥିଲେ। କିନ୍ତୁ ଆଲୋକ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ମଦ୍ୟପାନ କରାଇଥିଲେ। ଏହାପରେ ସେ ବେହୋସ ‌େହାଇଯିବା ପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା। ହୋସ ଆସିବା ପରେ ସେ ନିଜକୁ ନିଜ ଘରେ ପାଇଥିଲେ। ଏହାପରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଘଟଣା ସଂପର୍କରେ ସେ ପୁଲିସକୁ କହିବାକୁ ଚାହିଥିଲେ ‌େହଁ, ତାଙ୍କର ଜଣେ ବନ୍ଧୁ ତାଙ୍କୁ ରୋକିଥିଲେ। କିନ୍ତୁ ଆଜି ମି-ଠୁ ଦ୍ବାରା ସେ ନିଜ ପ୍ରତି ହୋଇଥିବା ନିର୍ଯାତନା କଥା ପ୍ରକାଶ କରିବାକୁ ସୁଯୋଗ ପାଇଛନ୍ତି।
ଅନ୍ୟପକ୍ଷରେ ମି-ଠୁ ଆନ୍ଦୋଳନର ବ୍ୟାପକତା ଆଉ ଜଣେ ଅଭିନେତ୍ରୀଙ୍କୁ ମଧ୍ୟ ସାହସ ଦେଇଛି। ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ଭୂତୁଣୀ ଭୂମିକାରେ ଅଭିନୟ କରିଥିବା ଫ୍ଲୋରା ସାଇନି ନିର୍ମାତା ଗୌରାଙ୍ଗ ଦୋଷୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କୁ କେବଳ ନିର୍ଯାତନା ନୁହେଁ, ବରଂ ପାଶବିକ ଅତ୍ୟାଚାର କରାଯାଇଥିଲା। ଏ ନେଇ ସେ ଟ୍ବିଟର୍‌ରେ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ କହିଛନ୍ତି, ଯାହାଙ୍କ ସହିତ ଡେଟ୍‌ରେ ଯାଉଥିଲି, ସେ ହିଁ ମୋର ଏଭଳି ଅବସ୍ଥା କରିଛନ୍ତି। ୨୦୦୭ ଭାଲେ‌ଣ୍ଟାଇନ୍ସ ଡେ ବେଳେ ମୋ ଉପରେ ଏଭଳି ଆକ୍ରମଣ କରାଯାଇଥିଲା। ଏଭଳି ଘଟଣା ପରେ ବଞ୍ଚିବାକୁ ଇଚ୍ଛା ହେଉନଥିଲା। ତଥାପି ନିଜକୁ ସମ୍ଭାଳିଥିଲି। ଆଜି ମି-ଠୁ ଆନ୍ଦୋଳନ ଏହି ଗୁମର ଖୋଲିବାରେ ମୋତେ ସହାୟକ ହୋଇଛି ବୋଲି ସାଇନି କୁହନ୍ତି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବରଙ୍କ ବିରୋଧରେ ମଧ୍ୟ ଏଭଳି ଅଭିଯୋଗ ଆସିଛି। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବେଳେ ଆକବର ହୋଟେଲ୍‌ ରୁମ୍‌ରେ ଯୁବ ମହିଳାଙ୍କ ସାକ୍ଷାତକାର ବେଳେ ଶାଳୀନତା ରକ୍ଷା କରୁନଥିଲେ। ଏହାଦ୍ବାରା ସେ ଯୌନ ନିର୍ଯାତନା ଦେଉଥିଲେ ବୋଲି ସାମ୍ବାଦିକା ପ୍ରିୟା ରମଣି କହିଛନ୍ତି। ଏହାପରେ ଆକବର ରାଜନୀତିରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର