କୋଲ୍‌କାତା ପାର୍କ ଷ୍ଟ୍ରିଟ୍‌ରେ ୮ ତାଲା ବାଣିଜ୍ୟ ଭବନରେ ଅଗ୍ନିକାଣ୍ଡ

କୋଲ୍‌କାତା: ସୋମବାର ପୂର୍ବାହ୍ନ ୧୧ଟା ବେଳେ ଜନଗହଳିପୂର୍ଣ୍ଣ ପାର୍କ ଷ୍ଟ୍ରିଟ୍‌ରେ ଅବସ୍ଥିତ ଏକ ଆଠ ତାଲାବିଶିଷ୍ଟ ବାଣିଜ୍ୟ ଭବନରେ ନିଅାଁ ଲାଗିଛି। ଏପିଜେ ହାଉସ୍‌ ନାମକ ଏହି କୋଠାରେ ଲାଗିଥିବା ନିଅାଁ ଲିଭାଇବାକୁ ୧୦ଟି ଦମକଳ ଉଦ୍ୟମ କରୁଛନ୍ତି।

ସହରର ମେୟର୍‌ ତଥା ଫାୟାର୍‌ ସର୍ଭିସ୍‌ ମନ୍ତ୍ରୀ ଶୋଭନ ଚଟ୍ଟୋପାଧ୍ୟାୟ ନିଶ୍ଚିତ କରି କହିଛନ୍ତି ଯେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଖବର ଆସିନାହିଁ। ଅଗ୍ନିକାଣ୍ଡର କାରଣ ମଧ୍ୟ ଜଣାପଡ଼ି ନାହିଁ।

ଜଣେ ପ୍ରତ୍ୟେକ୍ଷଦର୍ଶୀ କହନ୍ତି: କୋଠାର ଅନ୍ୟ ଅଂଶକୁ ନିଅାଁ ନ ଚରି ଯିବାକୁ ସ୍ଥାନୀୟ ଲୋକେ ଦମକଳବାଲାଙ୍କୁ ସହାୟତା କରିଥିଲେ।

କୋଠାରେ କେହି ଅଟକି ରହିଯାଇଛନ୍ତି କି, ନାହିଁ ତାହା ଜାଣିବାକୁ ଅଗ୍ନଶମ କର୍ମଚାରୀମାନେ ଉଦ୍ୟମ କରୁଛନ୍ତି।

ପ୍ରତ୍ୟେକ୍ଷଦର୍ଶୀମାନଙ୍କ କହିବା ଅନୁସାରେ, ଦିନ ପ୍ରାୟ ୧୧ଟା ବେଳେ ଏପିଜେ କୋଠାର ସର୍ଭର୍‌ ରୁମ୍‌ରେ ପ୍ରଥମେ ନିଅାଁ ଲାଗିଥିଲା। ତୁରନ୍ତ କୋଠାର ସବୁ ତାଲାରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

୨୦୧୦ ମସିହା ମାର୍ଚ ୨୩ ତାରିଖ ଦିନ ନିଅାଁ ଲାଗି ୪୦ ଲୋକ ମରିଥିବା ଷ୍ଟିଫେନ୍‌ କୋର୍ଟ ବିଲ୍‌ଡିଙ୍ଗ୍‌ ଠାରୁ ଏପିଜେ ହାଉସ୍‌ ମାତ୍ର ୧୦୦ ମିଟର ଦୂରରେ ଅବସ୍ଥିତ।

ସମ୍ବନ୍ଧିତ ଖବର