ସୁରତ: ଟ୍ରେନିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ, ବିକଳରେ ୪ ମହଲା କୋଠାରୁ ଡେଇଁ ୧୬ ଛାତ୍ରଛାତ୍ରୀ ମୃତ ( ଭିଡିଓ ଦେଖନ୍ତୁ)

ସୁରତ : ଗୁଜୁରାଟର ସୁରତରେ ଆଜି ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣାଘଟିଛି । ଏକ ୪ ମହଲା ବିଶିଷ୍ଟ କୋଠାର ଉପର ମହଲାରେ  ନିଆଁ ଲାଗିବାରୁ ଅତି କମରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିଳିଥିବା ସୂଚନା ଅନୁସାରେ ଏଠାରେ ଥିବା ତକ୍ଷଶିଳା କମ୍ପେକ୍ସରେ ଚାଲିଥିବା ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଉପର ମହଲାରେ ନିଆଁ ଲାଗିବା ପରେ ପିଲାମାନେ  ପ୍ରାଣ ବିକଳରେ ୪ ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ କରିଥିବାବେଳେ କେତେକ ଆହତ ହୋଇଛନ୍ତି । ଷ୍ଟୁଡିଓ ଭିତରେ ମଧ୍ୟ ନିଆଁରେ ପୋଡି ହୋଇ କେତେକ ପିଲା ମୃତ୍ୟୁବରଣ କରିଥିବା ଜଣାଯାଇଛି ।

 

ଖବର ପାଇଁ ଘଟଣା ସ୍ଥଳରେ ପ୍ରାୟ ୧୫ଟି ଦମକଳ ଗାଡ଼ି ପହଞ୍ଚିଥିବା ସତ୍ତ୍ବେ ଏହି ଅଗ୍ନୀକାଣ୍ଡରେ ବ୍ୟାପକ ଧନଜୀବନ ହାନୀ ହୋଇଛି । ଏହି ଷ୍ଟୁଡିଓରେ ମୋଟ ୫୦ ଜଣ ପିଲା ଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର