ଦକ୍ଷିଣ କୋରିଆର ପ୍ରଥମ ମହିଳା ଦିଲ୍ଲୀରେ:କୋରିଆ ମହାରାଣୀଙ୍କ ସ୍ମାରକ ପାଇଁ ଶିଳାନ୍ୟାସ କରିବେ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ପ୍ରଥମ ମହିଳା କିମ୍‌ ଜଙ୍ଗ୍‌ ସୁକ୍‌ ୪ ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଅଯୋଧ୍ୟାରେ କୋରିଆ ମହାରାଣୀ ସୁରୀରତ୍ନା (ହିଓ ହବାଙ୍ଗ)ଙ୍କ ସ୍ମାରକ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ସୁକ୍‌ ଯୋଗଦେବେ। ୨୦୦୦ ବର୍ଷ ତଳେ ଅଯୋଧ୍ୟର ରାଜକୁମାରୀ ସୁରୀରତ୍ନା କୋରିଆ ଯାଇଥିଲେ ଏବଂ ସେଠାରେ ମହାରାଜା କିମ୍‌ ସୁରୋଙ୍କୁ ବିବାହ କରିଥିଲେ। ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଦୀପୋତ୍ସବ’ କାର୍ଯ୍ୟକ୍ରମକୁ କିମ୍‌ ଜଙ୍ଗ୍‌ ସୁକ୍‌ ମୁଖ୍ୟ ଅତିଥି ହେବେ ବୋଲି ଜଣାପଡ଼ିଛି। ଆଜି ସୁକ୍‌ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ସାକ୍ଷାତ କରିଛନ୍ତି।

ସମ୍ବନ୍ଧିତ ଖବର