ଅକ୍ଷରଧାମ ମନ୍ଦିର ନିକଟରେ ଦିଲ୍ଲୀ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଲେ ଚାରି ଅପରାଧୀ
ନୂଆଦିଲ୍ଲୀ: ରବିବାର ଦିନ ଅକ୍ଷରଧାମ ମନ୍ଦିର ନିକଟରେ ଦିଲ୍ଲୀ ପୁଲିସ ଏବଂ କେତେକ ଅଜ୍ଞାତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯାଉଥିବା ଗୋଟାଏ ଧଳା କାର୍କୁ ଯାଞ୍ଚ ନିମନ୍ତେ ଅଟକିବାକୁ କହିବାରୁ ସେଥିରେ ଥିବା ଚାରି ଜଣ ଅପରାଧୀ ପୁଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ପୁଲିସ ପାଲଟା ଗୁଳି ଚଳାଇବାରୁ ଅପରାଧୀମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।
ସେମାନେ ଗୀତା କଲୋନି ଆଡ଼କୁ ଯାଇଛନ୍ତି ବୋଲି କୁହାଯାଉଛି। ସେମାନଙ୍କୁ ଧରିବାକୁ ପୁଲିସ ଅଭିଯାନ ଆରମ୍ଭ କରିଛି।
ଘଟଣାରେ କେହି ମୃତାହତ ହୋଇ ନ ଥିବା ପ୍ରକାଶ।