୨୦୧୯ ଠାରୁ ଜେଇଇ ଓ ନିଟ୍‌ ପାଇଁ ମାଗଣା ସରକାରୀ କୋଚିଙ୍ଗ୍‌

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନିମନ୍ତେ ପ୍ରବେଶିକା ପରୀକ୍ଷା କରାଇବା ପାଇଁ ସରକାରଙ୍କ ଦ୍ୱାରା ଗଠିତ ‘ନେସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ଆସନ୍ତା ବର୍ଷ ଠାରୁ ତା’ର ୨, ୬୯୭ ପରୀକ୍ଷା ଅଭ୍ୟାସ କେନ୍ଦ୍ରଗୁଡ଼ିକୁ ଶିକ୍ଷାଦାନ କେନ୍ଦ୍ରରେ ପରିବର୍ତ୍ତନ କରିବ।

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଜଣେ ଅଧିକାରୀଙ୍କ କହିବାନୁସାରେ, ସେପ୍ଟେମ୍ବର ୮ ତାରିଖରୁ ଅଭ୍ୟାସ କେନ୍ଦ୍ରଗୁଡ଼ିକ କାର୍ଯ୍ୟ ଆରମ୍ଭ କରିବ।
ସେ ଆହୁରି କହିଛନ୍ତି କି, ଏହି କେନ୍ଦ୍ରଗୁଡ଼ିକୁ ଅଭ୍ୟାସ ପରୀକ୍ଷା କେନ୍ଦ୍ରରୁ ଶିକ୍ଷାଦାନ କେନ୍ଦ୍ରରେ ପରିଣତ କରାଯିବା ନିମନ୍ତେ ଯୋଜନା କରାଯାଇଛି। ଏହି କେନ୍ଦ୍ର ସବୁ କୌଣସି ଦେୟ ଗ୍ରହଣ କରୁ ନ ଥିବାରୁ, ବିଶେଷକରି ଆର୍ଥିକ ଅସଚ୍ଛ୍ୱଳ ଅବସ୍ଥାରେ ଥିବା ମେଧାବୀ ଛାତ୍ରଛାତ୍ରୀମାନେ ଉପକୃତ ହେବେ।

ମଫସଲ ଏବଂ ଆଂଶିକ ମଫସଲ ଅଞ୍ଚଳରେ ଥିବା କେନ୍ଦ୍ରଗୁଡ଼ିକର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଉପକୃତ ହେବେ। ମେ ୨୦୧୯ ଠାରୁ ଏ ସବୁ କେନ୍ଦ୍ରଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା କରାଯିବ।

କୋଚିଙ୍ଗ୍‌ ଗ୍ରହଣ କରିବାକୁ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ସୁବିଧା ଲାଗି ସେମାନଙ୍କୁ ପାଖ ହେଲା ଭଳି କେନ୍ଦ୍ର ସମ୍ପର୍କରେ ସୂଚନା ଦେବାୁ ‘ନେସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ଲଞ୍ଚ୍‌ କରିବ।

ସମ୍ବନ୍ଧିତ ଖବର