ଚାକିରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦିଆଯିବ: କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: କେନ୍ଦ୍ର ସଡ଼କ, ପରିବହନ, ଜାତୀୟ ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର କହିଛନ୍ତି, ଚାକିରୀ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦିଆଯିବ। ଗଡ଼କରୀ କହିଛନ୍ତି, ଆବଶ୍ୟକ ପଡ଼ିଲେ ଆମେ ଏଥି ପାଇଁ ଏକ ମଜବୁତ ଆଇନ୍‌ ବ୍ୟବସ୍ଥା କରିବୁ। ମହାରାଷ୍ଟ୍ରର ନାଗପୁର ଠାରେ ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍‌)ର ସ୍ଥାୟୀ ପରିସର ପାଇଁ ଭୂମିପୂଜନ ସମାରୋହରେ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭୂମିପୁତ୍ରଙ୍କୁ ଏଠାରେ ଏମଆଇଏଚଏଏନ (ମଲ୍ଟି ମଡେଲ ଇଣ୍ଟରନ୍ୟାଶନାଲ ହବ୍‌ ଏୟାରପୋର୍ଟ)ରେ ରୋଜଗାର ମିଳିବା ଆବଶ୍ୟକ। ଗଡ଼କରୀ କହିଛନ୍ତି, ମୁମ୍ବାଇ ନିକଟରେ ଜବାହରଲାଲ ନେହରୁ ପତ୍ତନ ନ୍ୟାସ (ଜେଏନପିଟି) ବିକାଶ ମାଧ୍ୟମରେ ଆଗାମୀ କିଛି ବର୍ଷରେ ଅତିକମରେ ୧.୨୫ ଲକ୍ଷ ଲୋକଙ୍କୁ ଚାକିରୀ ମିଳିବ।
ସେ କହିଛନ୍ତି, ମୁଁ ଅଧିକାରୀମାନଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ଜେଏନପିଟିରେ ୮୦ ପ୍ରତିଶତ ଚାକିରୀ ଉପକୂଳ କୋଙ୍କଣ ଅଂଚଳର ସ୍ଥାନୀୟ ଲୋକଙ୍କୁ ମିଳୁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି, ପ୍ରକଳ୍ପର ଘୋଷଣା କଂଗ୍ରେସ-ଏନସିପି ଲୋକତାନ୍ତ୍ରିକ ମୋର୍ଚ୍ଚା ସରକାରଙ୍କ କାର୍ଯ୍ୟକାଳ ସମୟରେ ହୋଇଥିଲା। ମାତ୍ର ଏହାରି ଉପରେ ୧୦ ବର୍ଷ ପରେ କାମ ଆରମ୍ଭ କରାଯାଇଥିଲା।

ସମ୍ବନ୍ଧିତ ଖବର