ମାପୁସା: ଦୁଷ୍କର୍ମ ମାମଲାରେ ‘ତେହେଲକା’ର ସମ୍ପାଦକ ତରୁଣ ତେଜପାଲ୍ଙ୍କ ବିରୋଧରେ ଗୋଆର ଏକ କୋର୍ଟ ଚାର୍ଜଫ୍ରେମ ହୋଇଛି। ୨୦୧୩ରେ ନିଜର ଜଣେ ଜୁନିୟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏହି ଚାର୍ଜଫ୍ରେମ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ତେଜପାଲଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪(ମହିଳାଙ୍କୁ ଆକ୍ରମଣ/ଅପରାଧିକ ଗତିବିଧି)ରେ ଏହି ଚାର୍ଜ ଫ୍ରେମ ଦାୟର ହୋଇଛି। ସେହିଭଳି ତେଜପାଲଙ୍କ ନାମରେ ୩୫୪, ୩୪୧, ୩୪୨, ୩୭୬, ୩୭୬(୨) ଆଦି ଧାରା ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗୋଆର ମାପୁସା କୋର୍ଟରେ ଗୁରୁବାର ଅପରାହ୍ଣରେ ୨ଟା ୩୦ରେ ତେଜପାଲଙ୍କ ଓକିଲ ହାଜର ହୋଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ହାଇକୋର୍ଟଙ୍କ ଆଦେଶ ଅନୁସାରେ ତେଜପାଲଙ୍କ ବିରୋଧରେ ଚାର୍ଜ ଫ୍ରେମ ଦାୟର କରାଯାଇ ପାରିବ ନାହିଁ।
ଜଜ ବିଜୟା ପୋଲ କହିଥିଲେ, ହାଇକୋର୍ଟ ଯେତେବେଳେ ତାଙ୍କୁ ଚାର୍ଜଫ୍ରେମ୍ ଲାଗିବା ସମ୍ପର୍କରେ କୌଣସି ଆଦେଶ ଦେଇ ନାହାନ୍ତି, ଚାର୍ଜ ଫ୍ରେମ ଲାଗୁ କରିବାେ କୌଣସି ଅସୁବିଧା ନାହିଁ।