ସର୍ଜରୀ ପରେ ପରୀକ୍ଷା ନ କରି ଏଚ୍‌ଆଇଭି ସଂକ୍ରମିତ ରକ୍ତ ଦେଇଥିଲେ, ଏବେ ଡାକ୍ତରଖାନାକୁ ୨୦ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଲା ଅଦାଲତ

ଚେନ୍ନାଇ : ଡାକ୍ତରଖାନାର ଭୁଲ ପାଇଁ ଜଣେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ହେବା ପରେ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି । ଦଣ୍ଡ ଆକାରରେ ଡାକ୍ତରଖାନାର ଡିନ୍‌ଙ୍କୁ ୨୦ଲକ୍ଷ ଟଙ୍କା ଜରିମାନା ଆକାରରେ ଦେବା ପାଇଁ ଆଦେଶ ଦେଇଛନ୍ତି ସିଟି ସିଭିଲ କୋର୍ଟ । ମାମଲାକୁ ନେଇ ଅଦାଲତରେ ଶୁଣାଣି ସମୟରେ ଡାକ୍ତରଖାନା ପକ୍ଷରୁ ପ୍ରମାଣ ଆକାରରେ କୌଣସି କାଗଜପତ୍ର ଦାଖଲ କରାଯାଇ ନଥିଲା । ଯାହା ପରେ କୋର୍ଟ ପକ୍ଷରୁ ଏଭଳି ଆଦେଶ ଶୁଣାଯାଇଛି ।

ndtv.com

ସୂଚନା ମୁତାବକ, ଡିସେମ୍ବର ୧୯୯୮ରେ ପୀଡ଼ିତଙ୍କୁ ୭ମାସ ହୋଇଥିବା ବେଳେ ସେ ଡାଇରିଆର ଶିକାର ହୋଇଥିଲେ । ଭଲ ନ ହେବାରୁ ପରେ ପରିବାର ଲୋକେ ଫେବୃଆରୀ ୧୯୯୯ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଇଲଡ୍‌ ହେଲଥ୍‌ ଆଣ୍ଡ ହସ୍ପିଟାଲରେ ପୀଡ଼ିତଙ୍କୁ ଭର୍ତ୍ତି କରାଇଥିଲେ । ପେଟରେ ସମସ୍ୟା ଥିବା କହି ସର୍ଜରୀ କରିବାକୁ କହିଥିଲେ ଡାକ୍ତର । ସର୍ଜରୀ ପରେ ରକ୍ତକୁ ଭଲ ଭାବରେ ପରୀକ୍ଷା ନ କରି ଏଚ୍‌ଆଇଭି ସଂକ୍ରମିତ ରକ୍ତକୁ ପୀଡ଼ିତଙ୍କୁ ଦେଇ ଦେଇଥିଲେ । ଯାହା ଫଳରେ ଡାକ୍ତରଖାନାରୁ ଯିବାର କିଛି ଦିନ ପରେ ପୁଣି ଥରେ ଅସୁସ୍ଥ ହୋଇ ପଡ଼ିଥିଲେ ପୀଡ଼ିତ । ପରୀକ୍ଷା କରାଯିବା ପରେ ପୀଡ଼ିତ ଏଚ୍‌ଆଇଭି ସଂକ୍ରମିତ ହୋଇଥିବା କଥା ଜଣାଇଥିଲେ ଡାକ୍ତର । ଯାହା ପରେ ପରିବାର ଲୋକେ ଡାକ୍ତରଖାନା ବିରୋଧରେ ଅଭିଯୋଗ କରି ଏତଲା ରୁଜୁ କରିଥିଲେ । ଏବେ ମାମଲା ଉପରେ ଶୁଣାଣି କରି ୨୦ଲକ୍ଷ ଟଙ୍କାର ଜରିମାନା ଦେବାକୁ କହିଛି ଅଦାଲତ ।

ସମ୍ବନ୍ଧିତ ଖବର