ଅନ୍ତର୍ଜାତୀୟ ଚାପରେ ମୁଣ୍ଡ ନୁଆଇଁଲା ପାକିସ୍ତାନ, ହାଫିଜ୍‌ର ଜମାତ-ଉଦ୍‌-ଦାଓ୍ଵା ଓ ସହଯୋଗୀ ସଂଗଠନ ଉପରେ ଲଗାଇଲା ପ୍ରତିବନ୍ଧକ

ଇସଲାମାବାଦ: ପାକିସ୍ତାନକୁ ଶେଷରେ ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ଵା ଏବଂ ଏହାର ସହଯୋଗୀ ସଂଗଠନ ଫଲାହ-ଏ-ଇଂସାନିୟତ ଫାଉଣ୍ଡେସନ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଡ଼ିଛି। ଜମାତ-ଉତ-ଦାଓ୍ଵା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍‌ ସଇଦ୍‌ର ସଂଗଠନ ଅଟେ। ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ଆତଙ୍କବାଦୀ ବିରୋଧୀ ଅଧିନିୟମ-୧୯୯୭ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ସୂଚନାଯୋଗ୍ୟ କିଛି ଦିନ ହେବ ପାକିସ୍ତାନ ଅନ୍ତର୍ଜାତୀୟ ଚାପରେ ରହୁଛି। ସୋମବାର ଯାଏଁ ‘ଏନସିଟିଏ’ର ୱେବ୍‌ସାଇଟ୍‌ରେ ଏହି ସଂଗଠନକୁ ଟାର୍ଗେଟ ତାଲିକାରେ ରଖାଯାଇଥିଲା। ଏହା ପରେ ମଙ୍ଗଳବାର ଏହାକୁ ପ୍ରତିବନ୍ଧିତ ସଂଗଠନ ତାଲିକାରେ ସାମିଲ କରାଯାଇଛି। ଏହା ପୂର୍ବରୁ ପାକିସ୍ତାନ ଆତଙ୍କବାଦୀ ମାସୁଦ୍‌ ଅଜହରଙ୍କ ଭାଇ ଏବଂ ପୁଅ ସମେତ ୪୪ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର