ଏହି ଗାଁରେ ଦଶହରାରେ ରାବଣ ପୋଡ଼ି ନୁହେଁ, ସୁପର୍ଣଖା ଦହନ କରାଯାଏ,ଜାଣନ୍ତୁ ଏଭଳି ଅଜବ କାର୍ଯ୍ୟ ପଛରେ କାରଣ କ’ଣ?

ଔରାଙ୍ଗାବାଦ୍‌ : ସାଧାରଣତଃ ଦଶହରାରେ ରାବଣ ପ୍ରତିମା ପୋଡ଼ା ଯାଇଥାଏ । କିନ୍ତୁ ମହାରାଷ୍ଟ୍ରରେ ଔରାଙ୍ଗାବାଦ୍‌ ଜିଲ୍ଲାରେ ଏକ ଏମିତି ଗାଁ ରହିଛି, ଯେଉଁଠି ରାବଣ ନୁହେଁ ବରଂ ତାଙ୍କ ଭଉଣୀ ସୁପର୍ଣଖାର କୁଶ ପୁତ୍ତଳିକାକୁ ଦାହ କରାଯାଇଥାଏ । ଏପରି କରିବା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଛି ।

ସୂଚନା ମୁତାବକ, ଏଠାରେ ଏକ ନିଆରା ସଂଘ ରହିଛି, ଯେଉଁ ସଂଘର ସଦସ୍ୟ ଏଭଳି କରିବାର ନିଷ୍ପତ୍ତିି ନେଇଛନ୍ତି । ନିଜ ସ୍ତ୍ରୀମାନଙ୍କଦ୍ୱାରା ନିର୍ଯାତିତ ହୋଇଥିବା ପୁରୁଷମାନେ ମିଶି ‘ପତ୍ନୀ ପୀଡ଼ିତ ପୁରୁଷ ସଂଗଠନ’ ତିଆରି କରିଛନ୍ତି । ଯେଉଁ ସଂଗଠନ ସବୁ ବର୍ଷ ରାବଣଙ୍କୁ ନୁହେଁ ବରଂ ସୁପର୍ଣଖାର କୁଶ ପୁତ୍ତଳିକା ଦାହ କରିଥାନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଔରାଙ୍ଗାବାଦ୍‌ରେ ଥିବା କାରୋଲି ଗ୍ରାମରେ ଏହି ସଂଗଠନର ସଦସ୍ୟମାନେ ସୁପର୍ଣଖା ଦହନ କରିଥିଲେ।

ଏ ବିଷୟରେ ସଂଗଠନର ସଂସ୍ଥାପକ ଭାରତ ଫୁଲାରେଙ୍କୁ ପଚାଯିବା ପରେ, ଭାରତରେ ସବୁ ଆଇନ୍‌ ମହିଳାମାନଙ୍କ ସପକ୍ଷରେ ଏବଂ ପୁରୁଷମାନଙ୍କ ବିପକ୍ଷରେ ତିଆରି କରାଯାଇଛି । ଏହାର ଅପବ୍ୟବହାର ମହିଳାମାନେ କରି ଛୋଟ ଛୋଟ କଥାରେ ନିଜ ସ୍ୱାମୀମାନଙ୍କୁ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦେଉଛନ୍ତି । ଆମେ ଦେଶରେ ପୁରୁଷମାନଙ୍କ ସହିତ ହେଉଥିବା ଏଭଳି ଅତ୍ୟାଚାରର ତୀବ୍ର ନିନ୍ଦା କରିବା ସହ ପ୍ରତିବର୍ଷ ରାବଣ ପରିବର୍ତ୍ତେ ସୁପର୍ଣଖାଙ୍କ କୁଶ ପୁତ୍ତଳିକା ଦାହ କରୁଛୁ ବୋଲି ଭାରତ କହିଛନ୍ତି ।

ସମ୍ବନ୍ଧିତ ଖବର