ଜୟପୁରରେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ, ଇଜ୍ଜତ ବଞ୍ଚାଇବା ପାଇଁ ଏଭଳି କାମ କରିବା ପାଇଁ ବାଧ୍ୟ ହେଲେ ଯୁବତୀ

ଜୟପୁର : ଜୟପୁରରେ ଜଣେ ନେପାଳୀ ଯୁବତୀଙ୍କ ସହ ଦୁଷ୍କର୍ମର ଉଦ୍ୟମ କରାଯାଇଥିବା ଖବର ମିଳିଛି। ଦୁଷ୍କର୍ମର ଶିକାର ହେବା ଡ଼ରରେ ପୀଡ଼ିତା ଅନ୍ୟ କିଛି ବାଟ ନ ପାଇଁ ୩ ମହଲା ତଳକୁ ଡ଼େଇଁ ପଡ଼ିଥିଲେ। ଏହି ସମୟରେ ସେ ନିର୍ବସ୍ତ୍ର ଥିଲେ ବୋଲି ତାଙ୍କୁ ଡ଼ାକ୍ତରଖାନା ନେଇଥିବା ଲୋକେ କହିଛନ୍ତି । ତେବେ ମହିଳା ଯେଉଁ ୩ ମହଲା କୋଠା ଉପରୁ ଡ଼େଇଁଥିଲେ ସେଠାରେ ଦେହ ବ୍ୟପାର ଚାଲେ ବୋଲି ସ୍ଥାନୀୟ ଲୋକମାନେ ପୁଲିସକୁ ଜଣାଇଛନ୍ତି । ତେବେ ଏ ନେଇ ପୁଲିସକୁ କୌଣସି ପ୍ରମାଣ ମିଳି ନଥିବାରୁ ଘଟଣା ଉପରେ କୌଣସି ମତ ରଖିବାକୁ ମନା କରିଛି ପୁଲିସ ।

ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ସହ ରହୁଥିବା ଯୁବତୀଙ୍କ କହିବା ଅନୁଯାୟୀ, ହଠାତ୍‌ କିଛି ଯୁବକ ଆମେ ରହୁଥିବା ଘରକୁ ପଶି ଆସିବା ସହ ମୋ ବାନ୍ଧବୀକୁ ମାଡ଼ ମାରିଥିଲେ । ପରେ ସେମାନେ ତା’ର ପୋଷାକୁ ଫାଡ଼ି ତା’ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ସେ ଡ଼ରରେ ତଳକୁ ଡେଇଁ ପଡ଼ିଥିଲା । ଏହି ଘଟଣା ପରେ ସେ ବିଲ୍‌ଡ଼ିଂରେ ରହୁଥିବା ଅନେକ ଯୁବକ ଫେରାର ଅଛନ୍ତି । ଏହା ସହ ପୁଲିସ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ସଂପର୍କ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର