ମନ୍ତ୍ରୀଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ପରଷିବାକୁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦେବା ମହଙ୍ଗା ପଡ଼ିଲା; ଦଣ୍ଡ ପାଇଲେ ଆସିଷ୍ଟାଣ୍ଟ୍‌ ରେଜିଷ୍ଟର୍‌

ଲକ୍ଷ୍ନୌ: କୌଣସି ରାଜନୈତିକ କାର୍ଯ୍ୟରେ କେଉଁଠାକୁ ଯାତ୍ରା କରୁଥିଲେ ଉଚିତ ଚର୍ଚ୍ଚା ପାଇବା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିବା ବିଜେପି ନେତାମାନଙ୍କର ଅତି ପୁରୁଣା ଅଭ୍ୟାସ। ଏହି ଅଭ୍ୟାସର ଜ୍ୱଳନ୍ତ ନମୂନା ସାଜିଛନ୍ତି ଉତ୍ତରପ୍ରଦେଶର ସମବାୟ ମନ୍ତ୍ରୀ ମୁକୁତ ବେହାରୀ ବର୍ମା। ମେ ୫ ତାରିଖରେ କାନପୁରସ୍ଥିତ ମାଟିର ସର୍କିଟ ହାଉସ୍‌ରେ ଶ୍ରୀଯୁକ୍ତ ବର୍ମାଙ୍କ ସହ କେଜେ ଜଣ ବିଜେପି କର୍ମାମାନଙ୍କ ସକାଶେ କେତେକ ଉଚ୍ଚ ପଦସ୍ତ କର୍ମଚାରୀଙ୍କୁ ଚା’, ଜଳଖିଆ ପରଷିବା କାମରେ ଲଗାଯାଇ ଥିବା ଜାଣିବାକୁ ମିଳିଛି। ସେହି ଉଚ୍ଚ ପଦସ୍ତ କର୍ମଚାରୀମାନଙ୍କ ମଧ୍ୟରେ ରହିଥିଲେ ଅଧା ଡଜନ ଅତିରିକ୍ତ ଉନ୍ନୟନ ଅଧିକାରୀ ଏବଂ ବ୍ଲକ୍‌ ସ୍ତରୀୟ ରେଜିଷ୍ଟର୍‌ ର‍୍ୟାକିଂ ଅଧିକାରୀ।

ଏହି ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଡିୟୁଟି ଚାର୍ଟରେ ଏପରି କିଛି ଦାୟିତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଅଧିକାରୀଙ୍କ ସକାଶେ ପ୍ରସ୍ତୁତ ହୋଇଥିବା ଡିୟୁଟି ଚାର୍ଟର ଏକ କପି ଶୁକ୍ରବାର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସତ୍ୟ ସାମ୍ନାକୁ ଆସିଛି। ଏଡିଓ ସତ୍ୟମ କୁମାର ମିଶ୍ର ଏବଂ ସତ୍ୟମ ଶିଖାଙ୍କୁ ମନ୍ତ୍ରୀ ବର୍ମାଙ୍କୁ ସକାଳ ଜଳିଖିଆ ପରଷିବା ଦାୟିତ୍ୱ ଦିଆ ଯାଇଥିବା ବେଳେ ଏଡିଓ ସୁଶୀଲ କୁମାର ସିଂହ ଓ ଫୁଲଚନ୍ଦ୍ରଙ୍କୁ କିଚେନ୍‌ରୁ ବର୍ମାଙ୍କ ରୁମ୍‌କୁ ମଧ୍ୟାହ୍ନ ଭୋଜନ ବୋହି ନେବା ଦାୟିତ୍ୱ ଦିଆଯାଇଥିଲା। ସେହିପରି ଏଡିଓ ମନୋଜ ଯାଦବ ଓ ଜିଲ୍ଲା ଆକାଉଣ୍ଟାଣ୍ଟ୍‌ ଶୈଳେନ୍ଦ୍ର ଶ୍ରୀବାସ୍ତବଙ୍କୁ ଖାଦ୍ୟ ବନାଇବା ପାଇଁ କୁହା ଯାଇଥିଲା।

କେବଳ ଏତିକି ନୁହେଁ, ମନ୍ତ୍ରୀ ଓ ସେମାନଙ୍କ କର୍ମଚାରୀମାନଙ୍କୁ ଖାଦ୍ୟ ପରଷିବାର ଦାୟିତ୍ୱ ଦିଆଯାଇଥିଲା ଅତିରିକ୍ତ ପରିସଂଖ୍ୟନ ଅଧିକାରୀଙ୍କୁ। ଏ ସଂପର୍କରେ ବର୍ମାଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ ଏହି ଉପରସ୍ଥ କର୍ମୀମାନଙ୍କୁ ଏପ୍ରକାର କାର୍ଯ୍ୟ କରିବାର ଦାୟିତ୍ୱ ଦେଇଥିବାରୁ ସେ କାନପୁରର ଆସିଷ୍ଟାଣ୍ଟ୍‌ ରେଜିଷ୍ଟର୍‌ ରମେଶ ଗୁପ୍ତାଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର